ମୋତେ ଆଜିଯାଏ ପ୍ରକୃତ ପ୍ରେମ ମିଳିଲାନି, କାହିଁକି ଏମିତି କହିଲେ କାର୍ତ୍ତିକ ଆର୍ୟନ

ମୁମ୍ବାଇ: ନିକଟରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଭୁଲ୍‌ ଭୁଲେୟା-୩’ ପାଇଁ ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି। ଏହି ଦୀପାବଳି ଅର୍ଥାତ୍‌ ନଭେମ୍ବର ୧ରେ ‘ଭୁଲ୍‌ ଭୁଲେୟା-୩’ ରିଲିଜ୍‌ ହୋଇଛି। ଏହି ସମୟରେ କାର୍ତ୍ତିକ ତାଙ୍କ ପ୍ରେମସମ୍ପର୍କ ବିଷୟରେ କଥାବାର୍ତ୍ତା କରି କହିଛନ୍ତି ଯେ, ଆଜିଟାଏ ପ୍ରକୃତ ପ୍ରେମ ବା ସଚ୍ଚା ପ୍ରେମ ମିଳିନାହିଁ। ବୋଧେ ଏହାକୁ ପାଇବାରେ ମୋ’ ଭାଗ୍ୟ ଖରାପ।

କାର୍ତ୍ତିକଙ୍କ ନାଁ ସହିତ ଅନେକ ବଲିଉଡ୍‌ ଅଭିନେତ୍ରୀଙ୍କ ନାଁ ଯୋଡ଼ା ଯାଇଛି। ଏହି ତାଲିକାରେ କ୍ରୀତି ସାନନ, ଅନନ୍ୟା ପାଣ୍ଡେ ଏବଂ ସାରା ଅଲି ଖାନ୍‌ଙ୍କ ନାମ ମଧ୍ୟ ରହିଛି। ତେବେ କାର୍ତ୍ତିକ କହିଛନ୍ତି ମୁଁ ସିଙ୍ଗଲ ଏବଂ ମୋତେ ପ୍ରକୃତ ପ୍ରେମ କେବେ ମିଳିନି।

ଏକ ସାକ୍ଷାତକାରରେ ସେ କହିଛନ୍ତି, ‘ବୋଧହୁଏ ଭବିଷ୍ୟତରେ ମୁଁ ଏହା ପାଇପାରେ। ମୁଁ ଏତେ ଭାଗ୍ୟବାନ ହୋଇ ନାହିଁ। ପ୍ରେମକୁ ନେଇ କାର୍ତ୍ତିକ ଏପରି କହିବା ପ୍ରଥମଥର ନୁହେଁ। ସେ ପୂର୍ବରୁ ମଧ୍ୟ ଏକ ସାକ୍ଷାତକାରରେ ଏହା  କହିଥିଲେ ଯେ, ମୁଁ କାହାକୁ ଡେଟ୍‌ କରୁନାହିଁ।

ସେ ଆହୁରି ମଧ୍ୟ କହିଛନ୍ତି, କାମ ପାଇଁ ତୁମେ ବହୁତ କମ୍‌ ଲୋକଙ୍କୁ ସମୟ ଦିଅ। ବହୁତ ରୋଜଗାର କରିପାରିବେ ଏବଂ ପ୍ରସିଦ୍ଧ ହୋଇପାରିବେ। କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ, ଆପଣ ପ୍ରେମ କିଣି ପାରିବେ ନାହିଁ। ମୁଁ କାହା ସହିତ ଡେଟ୍‌ କରୁନାହିଁ। ମୋତେ ଏକ ରୋମାଣ୍ଟିକ୍‌ ହିରୋ ମଧ୍ୟ କୁହାଯାଏ, କିନ୍ତୁ ମୁଁ ପ୍ରେମରେ ଭାଗ୍ୟଶାଳୀ ନୁହେଁ, ତେଣୁ ମୁଁ ଅନୁମାନ କରେ ଯେବେ ବି ମୋତେ ସଠିକ୍‌ ସାଥୀ ଖୋଜିବାକୁ ପଡ଼ିବ।

କାର୍ତ୍ତିକଙ୍କ ଅଭିନୀତ ଫିଲ୍ମ ‘ଭୁଲ୍‌ ଭୁଲେୟା-୩’ ଅଜୟ ଦେବଗନଙ୍କ ସିଂଘମ ଏଗେନ୍‌ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି। ଏହି ଫିଲ୍ମ ବକ୍ସ ଅଫିସରେ ୩୫.୫୦ କୋଟି ଟଙ୍କା ଆୟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ କାଲିଠୁ ସମସ୍ତ ସ୍କୁଲ ଓ କଲେଜ ବନ୍ଦ: ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର, ୨୨।୪: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବୁଧବାରଠାରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ କରିବାକୁ ଓଡିଶା ସରକାର ନିଷ୍ପତି ନେଇଛନ୍ତି। ଆସନ୍ତାକାଲି,...

୮ ବର୍ଷ ପରେ ପୁଅକୁ ଖୋଜି ପାଇଲେ ମା’

ମୋହନା,୨୨ା୪ମନ୍ମଥ ମିଶ୍ର): ମା’ର ମମତା ଅନନ୍ୟ। ସେ ଯେଉଁଠି ଯେଉଁ ଅବସ୍ଥାରେ ଥିଲେ ମଧ୍ୟ ନିଜ ସନ୍ତାନକୁ ଝୁରି ହୋଇଥାଏ। ଗଜପତି ଜିଲା ପାରଳାଖେମୁଣ୍ଡି ମୋହନା...

ବିଶ୍ବ ଧରିତ୍ରୀ ଦିବସ ପାଳିତ

ଭଞ୍ଜନଗର,୨୨।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଶିଳ୍ପ ତାଲିମ କେନ୍ଦ୍ର ରେ ମଙ୍ଗଳବାର ବିଶ ଧରିତ୍ରୀ ଦିବସ ପାଳିତ ହୋଇଯାଇଛି। ଏଥିରେ ପରିବେଶବିତ୍ ଶୁଳପାଣି ଶତପଥି...

ହାତ ଗୋଡ଼ ବନ୍ଧା ଅବସ୍ଥାରେ ପୋଖରୀରୁ ମିଳିଲା ବୃଦ୍ଧାଙ୍କ ମୃତଦେହ, ହତ୍ୟା ସନ୍ଦେହ

ନୂଆପଡ଼ା/କୋମନା,୨୨ା୪ (ମକାରୁ ବେମାଲ/ସୋବିନ ଛତ୍ରିଆ): ନୂଆପଡ଼ା ଜିଲା କୋମନା ଥାନା ଟିକ୍ରାପଡ଼ା ଗାଁ ବଡ଼ବନ୍ଧ ପୋଖରୀରୁ ମଙ୍ଗଳବାର ପୋଲିସ ଜଣେ ବୃଦ୍ଧାଙ୍କ ଗଳିତ ମୃତଦେହ ଜବତ...

ଛାଉଣୀ ନଥିବାରୁ ପ୍ରତିବାଦ: ପେଟ୍ରୋଲ ପମ୍ପକୁ ବନ୍ଦ କଲା ନାଗରିକ ମଞ୍ଚ

ବରଗଡ଼, ୨୨।୪(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲାରେ ତାତି ବଢି ଚାଲିଛି। ଏଥିରେ ଜୀବନ ଅସ୍ତବ୍ୟସ୍ତ ହୋଇ ପଡୁଛି। କିନ୍ତୁ ଏଭଳି ସ୍ଥିତିରେ ବରଗଡ଼ ସହରର...

ଅଷ୍ଟ୍ରେଲିଆର ଏହି ପୂର୍ବତନ ଟେଷ୍ଟ କ୍ରିକେଟରଙ୍କୁ ୪ ବର୍ଷ କାରାଦଣ୍ଡ

ମେଲବୋର୍ନ,୨୨ା୪: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ କ୍ରିକେଟର ମାଇକେଲ ସ୍ଲାଟରଙ୍କୁ ୪ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। କିନ୍ତୁ ପୋଲିସ ହେପାଜତରେ ଏକ ବର୍ଷରୁ ଊର୍ଦ୍ଧ୍ୱ...

ବିଷ୍ଣୁମୁଣ୍ଡା ମନୋଜ ନାଏକଙ୍କ ହତ୍ୟା ମାମଲା: ଭୁବନେଶ୍ବରରୁ ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୨।୪: ବଲାଙ୍ଗୀର ସହର ବିଷ୍ଣୁମୁଣ୍ଡା ମନୋଜ ନାଏକ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଭୁବନେଶ୍ବରରୁ ପୋଲିସ ଗିରଫ କରିଛି। ମଙ୍ଗଳବାର ବଲାଙ୍ଗୀର ଟାଉନ ଥାନା ଠାରେ...

ସ୍କୁଲ୍‌ ଛୁଟି ଘୋଷଣା କଲେ ଜିଲାପାଳ, ଝାରସୁଗୁଡ଼ାରେ ୪୬ ଟପିଲା ତାତି

ଭୁବନେଶ୍ୱର,୨୨।୪: ଓଡ଼ିଶାରେ ଅସହ୍ୟ ଗରମ ଓ ତାତି ଜନିତ ପରିସ୍ଥିତି ମଧ୍ୟରେ ଝାରସୁଗୁଡ଼ା ଜିଲାରେ ତାପମାତ୍ରା ୪୬ ଡିଗ୍ରୀ ସେଲସିୟସ ଛୁଇଁଛି। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image