‘ମୋତେ ଆଜିଯାଏ ପ୍ରକୃତ ପ୍ରେମ ମିଳିନାହିଁ’

ମୁମ୍ବାଇ: କୁହାଯାଏ, ପ୍ରକୃତ ପ୍ରେମ ସହଜରେ ମିଳି ନ ଥାଏ। ଯାହାଙ୍କୁ ମିଳିଥାଏ ସେ ଭାଗ୍ୟବାନ ବୋଲି ଧରାଯାଏ। ବଲିଉଡ୍‌ ଫିଲ୍ମରେ ୩ ଘଣ୍ଟା ମଧ୍ୟରେ ଆମେ ଅନେକ ଥର ଦେଖିଥାଉ ଜଣେ ଅଭିନେତା ତାଙ୍କ ପ୍ରେମ ପାଇବା ପାଇଁ କେତେ ପରିଶ୍ରମ କରିଥାନ୍ତି। କେବେ ପ୍ରେମରେ ସଫଳତା ପାଇଥାନ୍ତି ତ କେବେ ବିଫଳତା। ବାସ୍ତବ ଜୀବନରେ ମଧ୍ୟ କିଛି ସେଲିବ୍ରିଟିଙ୍କ କ୍ଷେତ୍ରରେ ସେପରି ଘଟିଛି। ପ୍ରେମ ଜୀବନରେ ବିଫଳ ହୋଇ ଏକା ଏକା ବାଟ ଚାଲୁଛନ୍ତି। ଏହି ସେଲିବ୍ରିଟିଙ୍କ ମଧ୍ୟରୁ ଭାଇଜାନ ସଲମାନ ଖାନ୍‌ ହେଉଛନ୍ତି ଜଣେ। ଯିଏ କି ଅନେକ ଅଭିନେତ୍ରୀଙ୍କୁ ହୃଦୟ ଦେଇଥିଲେ ମଧ୍ୟ ତାଙ୍କ ପ୍ରେମ ସଫଳ ହୋଇପାରିନାହିଁ।

ସଲମାନଙ୍କ ଜୀବନରେ ସଂଗୀତା ବିଜ୍‌ଲାନି, ଐଶ୍ୱର୍ଯ୍ୟା ରାୟ, କ୍ୟାଟ୍ରିନା କୈଫ୍‌ଙ୍କ ପରି ଅନେକ ସୁନ୍ଦରୀ ଆସିଥିଲେ। ଏହା ସତ୍ତ୍ୱେ ସେ କାହା ସହିତ ଘରସଂସାର କରିପାରିଲେ ନାହିଁ। ଭାଇଜାନ ଅନେକ ସମୟରେ ଅନେକ ଇଭେଣ୍ଟରେ କହିଛନ୍ତି, ତାଙ୍କୁ ଆଜି ଯାଏ ପ୍ରକୃତ ପ୍ରେମ ମିଳିନାହିଁ। ତେଣୁ ସେ ବ୍ୟାଚଲର ଅଛନ୍ତି।

Share