‘ମୁଁ କେବଳ ଜଣେ ଭଲ ମଣିଷ ହେବାକୁ ଚାହେଁ’

ସାଉଥ ସୁପରଷ୍ଟାର୍‌ କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସୁପରହିଟ୍‌ ହୋଇଛି। ଏହି ଆକ୍ସନ ପ୍ୟାକ ଫିଲ୍ମ ପ୍ରାୟ ୩୦୦ କୋଟିରୁ ଅଧିକ ଆୟ କରିଛି। ଏହି ସଫଳତାରେ ବେଶ୍‌ ଖୁସି ଅଛନ୍ତି ଫିଲ୍ମର ଲିଡ ଷ୍ଟାର କମଲ ହାସନ। ଏକ ସାକ୍ଷାତକାରରେ ଖୋଲାଖୋଲି ଭାବେ ତାଙ୍କ ହୃଦୟର କଥା କହିଛନ୍ତି। ଫିଲ୍ମର ଏହି ସଫଳତା ପରେ ସେ କଣ କରିବେ ବୋଲି ପ୍ରଶ୍ନରେ ସେ କହିଛନ୍ତି, ପ୍ରଥମେ ଋଣ ପରିଶୋଧ କରିବି। ପରେ ନିଜ ପସନ୍ଦର ଖାଦ୍ୟ ପେଟପୂରା ଖାଇବି। ବାକି ଯାହା କିଛି ଅଛି ପରିବାର ଏବଂ ବନ୍ଧୁଙ୍କୁ ଦେବି। ଏତେ ସବୁ କିଛି କରିବା ପରେ ମୋ ପାଖରେ ଆଉ କିଛି ଦେବା ପାଇଁ ନ ଥିବ। ଅତି କମ୍‌ରେ ଏତିକି କହିପାରିବି ମୋ ପାଖରେ ଦେବା ପାଇଁ ଆଉ କିଛି ନାହିଁ।
କମଲ ହାସନ କୁହନ୍ତି, ମୁଁ ଋଣ ଟଙ୍କାରେ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଛଳନା କରିପାରିବି ନାହିଁ। ମୁଁ ନିଜ ପାଇଁ କିଛି ଚାହେଁ ନାହିଁ, ମୁଁ କେବଳ ଜଣେ ଭଲ ମଣିଷ ହେବାକୁ ଚାହେଁ।
ଫିଲ୍ମ ‘ବିକ୍ରମ’ ଲୋକେଶ କାନଗରାଜଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି। ଏହି ଫିଲ୍ମରେ ବିଜୟ ସେତୁପତି, ଫହାଦ ଫାସିଲ, କାଳିଦାସ ଜୟରାମ, ନାରାୟଣ, ଆଣ୍ଟୋନି ବର୍ଗସେ ଏବଂ ଅର୍ଜୁନ ଦାସ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

Share