ମୁଁ ୧୦ ଇହୁଦୀଙ୍କୁ କରିଛି ହତ୍ୟା, ଇସ୍ରାଏଲ ସେନା ଜାରି କଲା ହମାସ ଆତଙ୍କବାଦୀଙ୍କ ରେକର୍ଡିଂ…

ଜେରୁଜେଲମ,୨୫।୧୦: ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଏକ ଫୋନ ରେକର୍ଡିଂ ଜାରି କରିଛି ଯେଉଁଥିରେ ହମାସ ଆତଙ୍କବାଦୀ ତାଙ୍କ ପରିବାର ସଦସ୍ୟଙ୍କ ସହ କଥାବାର୍ତ୍ତା ହେଉଥିବା ଶୁଣିବାକୁ ମିଳୁଛି। ଏହି ଫୋନ କଲରେ ଆତଙ୍କବାଦୀ ୧୦ ଜଣ ଇହୁଦୀଙ୍କୁ ହତ୍ୟା କରିଥିବା ଦାବି କରିଛନ୍ତି ଏବଂ ସେମାନଙ୍କୁ କିଛି ଫଟୋ ମଧ୍ୟ ପଠାଇଛନ୍ତି। ତେବେ ଆତଙ୍କବାଦୀଙ୍କ ପରିଚୟ ଗୋପନ ରଖାଯାଇଛି।

ଗାଜା ସୀମା ନିକଟରେ ଥିବା ଏକ କିବଟୁଜରେ ଜଣେ ଇହୁଦୀ ମହିଳାଙ୍କୁ ହତ୍ୟା କରିବା ପରେ ଆତଙ୍କବାଦୀ ତାଙ୍କ ଫୋନ ମାଧ୍ୟମରେ ତାଙ୍କ ପରିବାର ସହ କଥା ହୋଇଥିଲେ। ହ୍ବାଟସଆପରେ ପଠାଯାଇଥିବା ଫଟୋ ଦେଖିବାକୁ ସେ ତାଙ୍କ ପରିବାର ସଦସ୍ୟଙ୍କୁ କହିଛନ୍ତି। ଆତଙ୍କବାଦୀ କଲ କରି କହିଥିଲେ, ’ଦେଖ, ମୁଁ ନିଜ ହାତରେ କେତେ ଲୋକଙ୍କୁ ହତ୍ୟା କରିଛି।
ଆତଙ୍କବାଦୀଙ୍କ ମା ତାଙ୍କ ଘରକୁ ଫେରିବା ପାଇଁ ଇଚ୍ଛା କରୁଥିଲେ। ତା’ପରେ ସେ କହିଥିଲେ, ’ଏଠାରୁ ଆଉ ଫେରିବା ପାରିବି କି ନାହିଁ ମତେ ଜଣା ନାହିଁ। ମୋ ଭାଗ୍ୟରେ ମୃତ୍ୟୁ ଅଛି ନା ବିଜୟ ଅଛି ତାହା ଅଜଣା।

ଆଇଡିଏଫ ମୁଖପାତ୍ର ଡାନିଏଲ ହାଗରୀ କହିଛନ୍ତି ଏହି ରେକର୍ଡିଂ ଜାତିସଂଘ ସୁରକ୍ଷା ପରିଷଦରେ ଉପସ୍ଥାପିତ ହୋଇଛି। ଅପରପକ୍ଷରେ, ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ବିବୃତ୍ତିକୁ ଇସ୍ରାଏଲ ଅଧିକାରୀ ସମାଲୋଚନା କରିଛନ୍ତି ଯେଉଁଥିରେ ସେ ଅକ୍ଟୋବର ୭ ରେ ହୋଇଥିବା ଆକ୍ରମଣ ପାଇଁ ପାଲେଷ୍ଟାଇନ ଅଞ୍ଚଳକୁ ଦାୟୀ କରିଥଲେ। ଗୁଟେରସଙ୍କ ଏହି ବିବୃତ୍ତି ପରେ ଜାତିସଂଘରେ ଇସ୍ରାଏଲ ରାଷ୍ଟ୍ରଦୂତ ତାଙ୍କ ଇସ୍ତଫା ଦାବି କରିଛନ୍ତି।

Share