Posted inଜାତୀୟ

ମୁଁ ମୋ ବନ୍ଧୁଙ୍କୁ ହରାଇଦେଲି: ରତନ ଟାଟାଙ୍କ ପରଲୋକରେ ଭାବପ୍ରବଣ ହେଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ,୧୦।୧୦: ଭେଟେରାନ ଶିଳ୍ପପତି ରତନଙ୍କ ଟାଟା ବୁଧବାର ବିଳମ୍ବିତ ରାତିରେ ପରଲୋକ ଘଟିଛି। ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ରତନ ଟାଟା ୮୬ ବର୍ଷ ବୟସରେ ଦକ୍ଷିଣ ମୁମ୍ବାଇର ବ୍ରିଚ୍‌କାଣ୍ଡି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ତାଙ୍କ ଦେହାନ୍ତରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଚେୟାରମ୍ୟାନ ମୁକେଶ ଅମ୍ବାନୀ ଦୁଃଖ ପ୍ରକାଶ କରିଛନ୍ତି। ରତନ ଟାଟାଙ୍କ ଦେହାନ୍ତ କେବଳ ଟାଟା ଗ୍ରୁପ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ କ୍ଷତି। ମୁଁ ଆଜି ଏକ ପ୍ରିୟ ବନ୍ଧୁଙ୍କୁ ହରାଇଲି ବୋଲି ନିଜ ଶୋକ ବାର୍ତ୍ତାରେ ମୁକେଶ ଅମ୍ବାନୀ କହିଛନ୍ତି।

ରତନ ଟାଟାଙ୍କ ଦେହାନ୍ତରେ ରିଲାଏନ୍ସ ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କହିଛନ୍ତି, ଏହା ଦେଶ ପାଇଁ ଏକ ଦୁଃଖଦ ଦିନ। ତାଙ୍କର ମୃତ୍ୟୁ କେବଳ ଟାଟା ଗ୍ରୁପ ପାଇଁ ନୁହେଁ ବରଂ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବଡ କ୍ଷତି। ତାଙ୍କ ଦେହାନ୍ତରେ ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ। ମୁଁ ଦୁଃଖିତ କାରଣ ମୁଁ ଜଣେ ଭଲ ବନ୍ଧୁଙ୍କୁ ହରାଇଛି, ସେ ମୋତେ ପ୍ରେରଣା ଦେଇଥିଲେ ଏବଂ ପ୍ରତ୍ୟେକ ସଭାରେ ମୋତେ ନୂତନ ଶକ୍ତି ଦେଇଥିଲେ। ସେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟବସାୟୀ ଏବଂ ପରୋପକାରୀ ଥିଲେ। ସେ ସର୍ବଦା ସମାଜର ଉନ୍ନତି ପାଇଁ କାର୍ଯ୍ୟ କରିଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ବିୟୋଗରେ ଦେଶ ଜଣେ ଦୟାଳୁ ପୁଅକୁ ହରାଇଛି। ଟାଟା ସମଗ୍ର ବିଶ୍ୱ ସାମ୍ନାରେ ଦେଶକୁ ପ୍ରତିନିଧିତ୍ୱ କରିଥିଲେ। ସେ ଦୁନିଆର ଭଲ ଜିନିଷକୁ ଭାରତକୁ ଆଣିଥିଲେ। ସେ ଟାଟା ପରିବାରକୁ ସଂସ୍ଥାପିତ କରିଥିଲେ। ୧୯୯୧ରେ ସେ ନେଇଥିଲେ ଟାଟା ଗ୍ରୁପ ଉପରେ ଏହା ପରେ ଏହାର ବ୍ୟବସାୟ ୭୦ ଗୁଣ ବୃଦ୍ଧି ପାଇଛି। ରିଲାଏନ୍ସ, ନୀତା ଏବଂ ଅମ୍ବାନୀ ପରିବାର ତରଫରୁ ମୁଁ ଟାଟା ପରିବାରର ଶୋକସନ୍ତପ୍ତ ସଦସ୍ୟଙ୍କୁ ସମବେଦନା ଜଣାଉଛି। ରତନ, ତୁମେ ସବୁବେଳେ ମୋ ହୃଦୟରେ ରହିବ।

 


Enter your email to get our daily news in your inbox.

All Right Reserved By Dharitri.Com

ଯେଉଁ କମ୍ପାନୀରେ ସିଭି ପକାଇ ପାଇଥିଲେ ଚାକିରି, ସେହି ଟାଟା କମ୍ପାନୀର ହେଲେ ମାଲିକ

ନୂଆଦିଲ୍ଲୀ,୧୦।୧୦: ୮୬ବର୍ଷରେ ସାରା ଦୁନିଆକୁ ପର କରି ଦେଇଛନ୍ତି ଭାରତର ବିଜନେସ ଟାଇଫୁନ୍‌ ରତନ ଟାଟା। ବ୍ୟବସାୟରେ ସେ ବିପ୍ଲବ ଆଣିଥିଲେ ଯେ, ଟାଟା ଲୁଣଠୁ...

ତ୍ରିରଙ୍ଗାରେ ଘୋଡ଼ାଇ ଦିଆଗଲା ରତନ ଟାଟାଙ୍କ ମରଶରୀର,ଜନସାଧାରଣଙ୍କ ଶେଷଦର୍ଶନ ପାଇଁ…

ମୁମ୍ବାଇ,୧୦ା୧୦: ଟାଟା ସନ୍ସର ଚେୟାରମ୍ୟାନ ଏବଂ ଭାରତର ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନପ୍ରାପ୍ତ ପଦ୍ମଭୂଷଣ, ରତନ ଟାଟାଙ୍କ ମରଶରୀର ଦକ୍ଷିଣ ମୁମ୍ବାଇର ନ୍ୟାଶନାଲ ସେଣ୍ଟର୍‌ ଫର୍‌...

ରାହୁଲଙ୍କୁ ସମର୍ଥନ କରିଦେଲେ ଚନ୍ଦ୍ରବାବୁ ନାଇଡୁ, ଏକାକୀ ପଡିଗଲେ ମୋଦି, ଜାତୀୟ ରାଜନୀତିରେ ବଡ଼ ହଲଚଲ

ନୂଆଦିଲ୍ଲୀ,୧୦।୧୦: ହରିୟାଣାରେ ଭାଜପାକୁ ମିଳିଛି ହ୍ୟାଟ୍ରିକ ବିଜୟ। ଭାଜପା ଖାତାକୁ ଆଉ ଗୋଟିଏ ରାଜ୍ୟ ଯାଉଥିବାବେଳେ କଂଗ୍ରେସ ହାତରୁ ହରିୟାଣା ହାତଛଡା ହୋଇଛି। ଏନେଇ କଂଗ୍ରେସ...

ଏତିକି କୋଟି ଟଙ୍କା ଛାଡିଯାଇଛନ୍ତି ରତନ ଟାଟା: ଧନୀ ତାଲିକାରେ…

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।...

ମିଛର ଝଡ଼ ସୃଷ୍ଟି କରୁଛି କଂଗ୍ରେସ

ନୂଆଦିଲ୍ଲୀ,୧୦ା୧୦:ମୋଦି ସରକାରଙ୍କ ଗତ ୧୦ ବର୍ଷର ଶାସନରେ ଗରିବ, କୃଷକ, ଯୁବ ଓ ମହିଳାମାନେ ବିଶେଷ ଉପକୃତ ହୋଇଛନ୍ତି। କେନ୍ଦ୍ରର ଜନକଲ୍ୟାଣକାରୀ ନୀତିକୁ ଦେଖି ହରିୟାଣା...

ଓଡ଼ିଶା ସହ ଏମିତି ଥିଲା ରତନ ଟାଟାଙ୍କ ସମ୍ପର୍କ…

ମୁମ୍ବାଇ/ଭୁବନେଶ୍ୱର,(୧୦ା୧୦): ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬...

ରତନ ଟାଟାଙ୍କ ପରଲୋକରେ ସବୁଠି ଶୋକର ଛାୟା: ଜାଣନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ,୧୦।୧୦: ବିଶିଷ୍ଟ ଶିଳ୍ପପତି ତଥା ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ରତନ ଟାଟାଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା।...

ଥରେ ନୁହେଁ ୪ ଥର ପ୍ରେମରେ ପଡିଥିଲେ ରତନ ଟାଟା, କିନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଶିଳ୍ପ ଜଗତରେ ରତନ ଟାଟା ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି। ୮୬ ବୟସରେ ଆମକୁ ଛାଡି ଚାଲିଯାଇଛନ୍ତି ଦେଶର ସବୁଠାରୁ ବଡ଼ ଉଦ୍ୟୋଗପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri