ମୁଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବହୁତ ଭଲ ପାଏ: ଖୋଲାଖୋଲି କହିଦେଲେ ଏହି ଅଭିନେତ୍ରୀ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ପୂର୍ବତନ ସ୍ତ୍ରୀ ନତାଶା ଷ୍ଟାନକୋଭିକଙ୍କ ଜୁଲାଇରେ ଛାଡପତ୍ର ଦେଇଥିଲେ। ମାତ୍ର ଦେଢ଼ ମାସ ମଧ୍ୟରେ ତାଙ୍କ ନାମ ୩ ଅଭିନେତ୍ରୀଙ୍କ ସହ ଯୋଡି ହେଲାଣି। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ସମୟରେ ଅନନ୍ୟା ପାଣ୍ଡେଙ୍କ ସହ ତାଙ୍କ ସମ୍ପର୍କ ଖବର ଚର୍ଚ୍ଚା ହୋଇଥିଲା। କିଛି ଦିନ ପୂର୍ବରୁ ଅଭିନେତ୍ରୀ ଜସ୍ମିନ ୱାଲିଆଙ୍କ ସହ ଡେଟିଂ ଖବର ମଧ୍ୟ ଆସିଥିଲା। ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ଇଶିତା ରାଜ ପାଣ୍ଡ୍ୟାଙ୍କୁ ତାଙ୍କ କ୍ରସ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ ସ୍ବୀକାର କରିଛନ୍ତି, ସେ କୋ ପାଣ୍ଡ୍ୟାଙ୍କୁ ବହୁତ ପସନ୍ଦ କରନ୍ତି।
ଏକ ସାକ୍ଷାତକାରରେ ଇଶିତା କହିଛନ୍ତି, ମୁଁ ପାଣ୍ଡ୍ୟାଙ୍କୁ ବହୁତ ପସନ୍ଦ କରନ୍ତି। ସେ ଜଣେ ଜବରଦସ୍ତ କ୍ରିକେଟ ଅଲରାଉଣ୍ଡର। ମୁଁ ତାଙ୍କୁ ବହୁତ ଭଲ ପାଏ। ସତ କହିବାକୁ ଗଲେ ସେ ମୋର ପ୍ରିୟ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ।
ଇଶିତା ତାଙ୍କଠାରୁ ୪ ବର୍ଷ ବଡ। ପାଣ୍ଡ୍ୟାଙ୍କୁ ୩୦ ବର୍ଷ ହୋଇଥିବାବେଳେ ଇଶିତାଙ୍କୁ ୩୪ ବର୍ଷ ବୟସ। ସେ ଦିଲ୍ଲୀର ବାସିନ୍ଦା ଏବଂ ଗାର୍ଗୀ କଲେଜରୁ ସ୍ନାତକ ହାସଲ କରିବା ପରେ ସେ ଇଂଲଣ୍ଡରେ ଅଧ୍ୟୟନ କରିଛନ୍ତି। ଇଶିତା ୨୦୧୧ରେ ପ୍ୟାର କା ପଞ୍ଚନାମା ଚଳଚ୍ଚିତ୍ର ସହିତ ବଲିଉଡରେ ପ୍ରବେଶ କରିଥିଲେ। ଏହା ପରେ ସେ ସୋନୁ କେ ଟିଟୁ କି ସ୍ବିଟି ଭଳି ପ୍ରସିଦ୍ଧ ଚଳଚ୍ଚିତ୍ରରେ କାମ କରିଥିଲେ। ସେ ବର୍ତ୍ତମାନ ପର୍ଯ୍ୟନ୍ତ ୯ଟି ଫିଲ୍ମ କରିଛନ୍ତି।
ଆଇପିଏଲ ୨୦୨୪ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା କ୍ରମାଗତ ଭାବରେ ଚର୍ଚ୍ଚାରେ ରହିଆସିଛନ୍ତି। ଏହାପୂର୍ବରୁ ରୋହିତ ଶର୍ମାଙ୍କ ସହ ଅଧିନାୟକ ବିବାଦ ହେତୁ ସେ ଅନେକ ଦିନ ଚର୍ଚ୍ଚାରେ ରହିଥିଲେ। ତା’ପରେ ଟି-୨୦ ବିଶ୍ୱକପ ୨୦୨୪ରେ ବିଜୟର ହିରୋ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

୧୧୯ ବର୍ଷ ପୂର୍ବେ କରିଥିଲେ ଡେବ୍ୟୁ, ୨୯ ବର୍ଷ ଖେଳି ହାସଲ କଲେ ୧୯୯ ଶତକ: ତାଙ୍କ ଆଖପାଖରେ ନାହାନ୍ତି ସଚିନ-କୋହଲି

ନୂଆଦିଲ୍ଲୀ,୧୯।୯: କ୍ରିକେଟରେ ଶତକ ସ୍କୋର କରିବା ଏକ ବଡ଼ ସଫଳତା। ୧୦୦ ରନ ପୂରଣ କରିବାକୁ ଜଣେ ବ୍ୟାଟ୍ସମ୍ୟାନଙ୍କୁ ଅନେକ ଘଣ୍ଟା ପାଇଁ କ୍ରିଜରେ ରହିବାକୁ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ପଡିଆରେ ଏହି ମନ୍ତ୍ର ଜପ କରନ୍ତି ବିରାଟ କୋହଲି, ଆଉ ଗୌତମ ଗମ୍ଭୀର…

ନୂଆଦିଲ୍ଳୀ,୧୯ା୯(ପି.ଟି.): ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ସାକ୍ଷାତକାର ଅବସରରେ ଉଭୟଙ୍କ ଆଧ୍ୟାତ୍ମିକତାର ରୁଚି ସାମ୍ନାକୁ ଆସିଛି।...

ଗମ୍ଭୀର-ବିରାଟ ବିବାଦ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ

ଚେନ୍ନାଇ,୧୯ା୯(ପି.ଟି.):ଭାରତୀୟ ଦଳର ଷ୍ଟାର ବ୍ୟାଟର ବିରାଟ କୋହଲି ଓ ମୁଖ୍ୟ କୋଚ୍‌ ଗୌତମ ଗମ୍ଭୀରଙ୍କ ମଧ୍ୟରେ ପଡିଆ ବାହାରେ ବିବାଦକୁ ନେଇ ସର୍ବଦା ଖବର ଦେଖିବାକୁ...

ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ: ସ୍ବୟମ୍‌ଜିତଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ଫିଜିର ସୁଭାରେ ଚାଲିଥିବା ରାଜ୍ୟଗୋଷ୍ଠୀ ୟୁଥ୍‌, ଜୁନିୟର ଓ ସିନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ସ୍ବୟମଜିତ ପ୍ରସାଦ ସାହୁ ବୁଧବାର...

ପ୍ରଥମ ଦିବସରେ ଏକାଧିକ ମିଟ୍‌ ରେକର୍ଡ

ଭୁବନେଶ୍ୱର, ୧୯।୯ (ତପନ ସ୍ବାଇଁ): ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ଓ ଓଡ଼ିଶା ଆଥଲେଟିକ୍ସ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ୭୦ତମ ରାଜ୍ୟ ସିନିୟର ଆଥଲେଟିକ୍ସ ଚାମ୍ପିୟନଶିପ୍‌...

ଆସିଲା ଆଇପିଏଲ ମେଗା ନିଲାମୀ ତାରିଖ: ଜାଣନ୍ତୁ କେବେ ହେବ ?

ନୂଆଦିଲ୍ଲୀ,୧୮ା୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୫ ପାଇଁ ମେଗା ନିଲାମ ଖୁବଶୀଘ୍ର ଅନୁଷ୍ଠିଟି ହେବାକୁ ଯାଉଛି। ନଭେମ୍ବର ଶେଷ କିମ୍ବା ଡିସେମ୍ବର ଆରମ୍ଭରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri