Advertisement

ମୁଁ କୋହଲିଙ୍କୁ ପାଗଳ ପରି ଭଲ ପାଏ, ମୃଣାଳ ଠାକୁରଙ୍କ ଭିଡିଓ ହେଉଛି ଭାଇରାଲ

ବଲିଉଡ ଅଭିନେତ୍ରୀ ମୃଣାଳ ଠାକୁର ଆଜିକାଲି ବିରାଟ କୋହଲିଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଅଛନ୍ତି। ମୃଣାଳଙ୍କର ଏକ ପୁରୁଣା ସାକ୍ଷାତକାର ଗତ କିଛି ଦିନ ହେବ ଭାଇରାଲ ହେଉଛି। ଏଥିରେ ସେ ବିରାଟଙ୍କ ପ୍ରତି ତାଙ୍କର ପ୍ରେମ ବ୍ୟକ୍ତ କରିଥିଲେ। ଏହି ସାକ୍ଷାତକାରରେ ଅଭିନେତ୍ରୀ କହିଥିଲେ, ଏକ ସମୟରେ ବିରାଟ କୋହଲି ତାଙ୍କ କ୍ରସ ଥିଲେ। ମୃଣାଳଙ୍କ ଏହି ପୁରୁଣା ବିବୃତ୍ତି ଏକ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଦ୍ୱାରା ଶେୟାର କରାଯାଇଥିଲା, ଯାହା ପରେ ପୋଷ୍ଟ ସବୁଆଡେ ଭାଇରାଲ ହେବାରେ ଲାଗିଲା। ଏହି ପୋଷ୍ଟକୁ ନେଇ ମୃଣାଳ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।
ମୃଣାଳଙ୍କ ଏହି ପୁରୁଣା ବକ୍ତବ୍ୟ ଇନଷ୍ଟାଣ୍ଟ ବଲିଉଡ ଦ୍ୱାରା ପୋଷ୍ଟ କରାଯାଇଥିଲା। ଏଥିରେ ମୃଣାଳ ଏବଂ ବିରାଟ କୋହଲିଙ୍କ ଫଟୋ କଟଆଉଟ ହୋଇଥିଲା ଏବଂ ଏଥିରେ ଲେଖାଥିଲା – ମୁଁ ବିରାଟ କୋହଲିଙ୍କୁ ପାଗଳ ପରି ଭଲ ପାଏ।’ ମୃଣାଳ ଏହି ପୋଷ୍ଟରେ କମେଣ୍ଟ ଦେଇ ନିଜର କ୍ରୋଧ ପ୍ରକାଶ କରିଛନ୍ତି। ଏହା ଉପରେ ସେ ଲେଖିଛନ୍ତି, ଏହାକୁ ବନ୍ଦ କର,ଓକେ।
ମୃଣାଳ ପୁଣି ଥରେ ପ୍ରଭାସଙ୍କ ସହ ‘କଲ୍କି ୨୮୯୮ ଏଡି’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ହନୁ ରାଘବପଦୀ। ସେପ୍ଟେମ୍ବର ୨୦୨୪ ସୁଦ୍ଧା ଫିଲ୍ମ ଫ୍ଲୋରକୁ ଆସିବ। ଆଜିକାଲି ମୃଣାଳ ‘ସନ ଅଫ ସର୍ଦ୍ଦାର ୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share