Posted inଜାତୀୟ

୨ ଥର ଭୁଲ୍‌ କରିଛି, ଆଉ କରିବିନି: ନୀତୀଶ

ପାଟନା,୩୦ା୩: ଅତୀତରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ୨ ଥର ଛାଡ଼ି ଗୋଟିଏ ଭୁଲ୍‌କୁ ଦୋହରାଇଥିଲି। ଆଗକୁ ଏଭଳି ଭୁଲ୍‌ ହେବ ନାହିଁ ବୋଲି ରବିବାର ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର କହିଛନ୍ତି। ପାଟନାର ବାପୁ ଅଡିଟୋରିୟମ୍‌ରେ ସମବାୟ ବିଭାଗ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ଉପସ୍ଥିତିରେ ନୀତୀଶ କହିଥିଲେ, ସେ ଗୋଟିଏ ଭୁଲ୍‌କୁ ୨ ଥର କରିଥିଲେ, ଯାହାର ପୁନରାବୃତ୍ତି ଆଉ କରିବେ ନାହିଁ।

ବିହାରରେ ସମବାୟ କ୍ଷେତ୍ରରେ ଆସିଥିବା ପ୍ରଗତିର ଶ୍ରେୟ ସେ ଶାହାଙ୍କୁ ଦେଇଛନ୍ତି। ଏତିକି ନୁହେଁ, ପୂର୍ବ ସହଯୋଗୀ ଆର୍‌ଜେଡି ମୁଖ୍ୟ ଲାଲୁପ୍ରସାଦ ଯାଦବ ଓ ତାଙ୍କ ସ୍ତ୍ରୀ ରାବ୍‌ରୀ ଦେବୀଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି। ନୀତୀଶ କହିଛନ୍ତି, ୨୦୦୫ ପୂର୍ବରୁ ରାଜ୍ୟ ଆଗେଇ ପାରୁ ନ ଥିଲା। ସେମାନଙ୍କ ସମୟରେ ସନ୍ଧ୍ୟା ହେଲେ ଲୋକେ ବାହାରି ପାରୁ ନ ଥିଲେ। କିନ୍ତୁ ସେ କ୍ଷମତାକୁ ଆସିବା ପରଠାରୁ ଶାସନର ଚିତ୍ର ବଦଳିଯାଇଛି। ମହିଳା ସଶକ୍ତୀକରଣର ବିକାଶ ମଡେଲ ବର୍ତ୍ତମାନ ଜାତୀୟ ସ୍ବୀକୃତି ଲାଭ କରିଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଶାହା ଏହି ଅବସରରେ ୮୦୦ରୁ ଊର୍ଦ୍ଧ୍ୱ କୋଟି ଟଙ୍କାର ଉନ୍ନତିମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଆସନ୍ତା ନଭେମ୍ବରରେ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସଂଯୁକ୍ତ ଜନତା ଦଳ ନେତା ନୀତୀଶଙ୍କ ନେତୃତ୍ୱରେ ଏନ୍‌ଡିଏ ନିର୍ବାଚନ ଲଢ଼ିବା ଏକପ୍ରକାର ସ୍ଥିର ହୋଇଥିବା ଜଣାପଡ଼ିଛି। ଏନ୍‌ଡିଏର ଅନ୍ୟ ସହଯୋଗୀ ଦଳଗୁଡ଼ିକ ମଧ୍ୟ ନୀତୀଶଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ବିମାନ ଦୁର୍ଘଟଣା: ଏତିକି ଥିଲେ ଯାତ୍ରୀ, ଜଳିଗଲା…

ନୂଆଦିଲ୍ଲୀ,୧୬।୧୨: କେନ୍ଦ୍ରୀୟ ମେକ୍ସିକୋରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଏକ ଛୋଟ ଘରୋଇ ବିମାନ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରିବାରୁ ଅତି କମରେ...

ମେସିଙ୍କ ଗସ୍ତକୁ ନେଇ ଅସହଜ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା; କହିଲେ ଅଯଥା ଖର୍ଚ୍ଚ ହେଲା “କୋଟି କୋଟି ଟଙ୍କା…”

ନୂଆଦିଲ୍ଲୀ,୧୫ା୧୨: ଭାରତର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରା ଆର୍ଜେଣ୍ଟିନାର ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ନିକଟରେ ଶେଷ ହୋଇଥିବା ଭାରତ ଗସ୍ତର ପରିଚାଳନା...

ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟଣା: ୪ ଗିରଫ

ଧର୍ମଶାଳା,୧୫।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଜେନାପୁର ଥାନା ଗଡମଧୁପୁର ପଞ୍ଚାୟତ ପନ୍ତୁରୀଠାରେ ଥିବା ପୂର୍ବତନ ବିଜେଡି ବିଧାୟକ ପ୍ରଣବ ବଳବନ୍ତ ରାୟଙ୍କ ଫାର୍ମ ହାଉସରେ ଗତକାଲି...

ହିଟଲରଙ୍କ ନରସଂହାରରୁ ବର୍ତ୍ତିଥିଲେ, ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ମଲେ; ସ୍ତ୍ରୀକୁ ବଞ୍ଚାଇବାକୁ ଯାଇ…

ନୂଆଦିଲ୍ଲୀ,୧୫।୧୨: ଅଷ୍ଟ୍ରେଲିଆର ସିଡନୀସ୍ଥିତ ବଣ୍ଡି ବେଳାଭୂମିରେ ରବିବାର ହନୁକା ଉତ୍ସବ ପାଳନ ସମୟରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ନିଜ ସ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଆଡଲଫ୍...

୨୦୩୦ରେ ଅବସର ନେବାକୁ ଥିବା ପ୍ରାଇଭେଟ କର୍ମଚାରୀଙ୍କୁ ମିଳିବ ଏତିକି ଦରମା, ଏମିତି କରନ୍ତୁ ହିସାବ

ନୂଆଦିଲ୍ଲୀ,୧୫।୧୨:ପ୍ରାଇଭେଟ କ୍ଷେତ୍ରର କର୍ମଚାରୀମାନେ ପ୍ରାୟତଃ ସେମାନଙ୍କର ବାର୍ଦ୍ଧକ୍ୟ ସୁରକ୍ଷା ବିଷୟରେ ଚିନ୍ତିତ ଥାଆନ୍ତି। ତଥାପି, ଯଦି ଆପଣଙ୍କର PF କଟାଯାଏ, ତେବେ ନିରାଶ ହେବାର କୌଣସି...

ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଆୟୁଷ ଡାକ୍ତର ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ସ୍ଥଗିତ, ଆଗାମୀ ୩ ମାସ ମଧ୍ୟରେ ଦାବି ପୂରଣ ନ ହେଲେ…

ବଲାଙ୍ଗୀର,୧୪।୧୨( ସୁନିଲ କୁମାର ମହାନ୍ତି): ଦୀର୍ଘ ଏକମାସରୁ ଅଧିକ ସମୟ ଧରି ୮ଦଫା ଦାବି ନେଇ ସରକାରୀ ଆୟୁର୍ବେଦିକ କଲେଜ ଓ ଚିକିତ୍ସାଳୟ ସମ୍ମୁଖରେ ଆୟୁଷ...

ଡାକ୍ତରଙ୍କ ମୁହଁରୁ ହିଜାବ ଟାଣିଦେଲେ ନୀତୀଶ କୁମାର, ମାନସିକ ସ୍ଥିତି ଉପରେ ପ୍ରଶ୍ନ ଉଠାଇଲା ବିରୋଧୀ

ନୂଆଦିଲ୍ଲୀ,୧୫।୧୨: ଦଶମ ଥର ପାଇଁ ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବାର କିଛି ସପ୍ତାହ ପରେ, ନୀତୀଶ କୁମାର ଏକ ସରକାରୀ କାର୍ଯ୍ୟକ୍ରମରେ ଜଣେ ମହିଳା...

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ: ଦେଲେ ବଡ଼ ପ୍ରତିଶ୍ରୁତି, ୧୫୦ରୁ କମ୍‌ ଥିବା ଗାଁକୁ ମିଳିବ…

କୋକସରା,୧୫।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବିନାରାୟଣ ନାୟକ ସୋମବାର କୋକସରା ବ୍ଲକ ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri