Categories: ଫୁରସତ

ମୋତେ ବନ୍ଧୁକ ଦରକାର

ସୋସିଆଲ ମିଡିଆରେ ଜଣେ କୁନି ଶିଶୁର ଭିଡିଓ ତୀବ୍ର ବେଗରେ ଭାଇରାଲ ହେଉଛି। ଯାହାକୁ ଦେଖି ଆପଣ ହସିହସି ଗଡ଼ିଯିବେ। ସେନାବାହିନୀ ଜଣେ ଯବାନ ରାସ୍ତା ପାର୍ଶ୍ୱରେ ଠିଆ ହୋଇଛନ୍ତି। ତାଙ୍କ ଅଣ୍ଟାରେ ଏକ ବନ୍ଧୁକ ଥିବା ଦେଖିବାକୁ ମିଳିଛି। ଏହା ଦେଖି ଶିଶୁଟି ତାଙ୍କ ନିକଟକୁ ଜୋର୍‌ରେ ଦୌଡ଼ିଯାଉଛି। ପାଖରେ ପହଞ୍ଚି ଯବାନଙ୍କଠାରୁ ବନ୍ଧୁକ ଆଣିବା ପାଇଁ ଜିଦ୍‌ କରୁଛି।

ଏହି ଭିଡିଓଟିକୁ ଟୁଇଟର ଏବଂ ଫେସବୁକ ଆକାଉଣ୍ଟରେ ଶେୟାର କରାଯାଇଛି। ଏଥିରେ କ୍ୟାପଶନ ଲେଖାଯାଇଛି, ମୋତେ ବନ୍ଧୁକ ଦରକାର। ଯବାନ କୁନି ଶିଶୁଟିକୁ କହୁଛନ୍ତି ଚାଲ ମୁଁ ତୁମକୁ ଆଉ ଗୋଟିଏ ଦେବି। ସେତେବେଳେ ଶିଶୁଟି କାନ୍ଦି କାନ୍ଦି କହୁଛି ନା ମୋତେ ଏଇଟା ହିଁ ଦରକାର। ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରିବା ସହ ହସି ହସି ଗଡୁଛନ୍ତି।

Share