‘ଦାଦା ସାହେବ ଫାଲକେ ପୁରସ୍କାର ପାଇବି କେବେ ଭାବି ନ ଥିଲି’

ଚେନ୍ନାଇ: ଲୋକପ୍ରିୟ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତଙ୍କୁ ଚଳିତ ବର୍ଷ ‘ଦାଦା ସାହେବ ଫାଲକେ’ ପୁରସ୍କାରରେ ସମ୍ମାନିତ କରାଯିବ। ସେ ତାଙ୍କ ବାସଭବନରେ ଏକ ପ୍ରେସମିଟ୍‌ କରି ଏହି ସୂଚନା ଦେଇଛନ୍ତି। ତେବେ ରଜନୀକାନ୍ତ ଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ପୁରସ୍କାର କାର୍ଯ୍ୟକ୍ରମରେ ସୋମବାର ଯୋଗ ଦେଇ ପୁରସ୍କାର ଗ୍ରହଣ କରିବେ। ଏହି ପୁରସ୍କାର କେବେ ପାଇବେ ବୋଲି ଭାବି ନ ଥିବା ସେ କହିଛନ୍ତି। ଏଥିସହ ତାଙ୍କ ଗୁରୁ କେ.ବାଲାଚନ୍ଦ୍ର ତାଙ୍କ ପାଖରେ ନଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି।
ଏପ୍ରିଲ ମାସରେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଘୋଷଣା କରିଥିଲେ ଯେ ଗତ ଚାରି ଦଶନ୍ଧି ଧରି ଭାରତୀୟ ସିନେମାରେ ଅବଦାନ ପାଇଁ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ‘ଦାଦା ସାହେବ ଫାଲକେ ପୁରସ୍କାର’ରେ ସମ୍ମାନିତ କରାଯିବ।

Share