Categories: ଜାତୀୟ

ମୋର ବୋଧହୁଏ ଯୋଗ୍ୟତା ନାହିଁ: ପଙ୍କଜା

ମୁମ୍ବାଇ,୧୩।୮: ନିକଟରେ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଛି। ଏଥିରେ ଭାଜପା ନେତ୍ରୀ ପଙ୍କଜା ମୁଣ୍ଡେଙ୍କୁ ସ୍ଥାନ ନ ମିଳିବାରୁ ସେ ନିରାଶା ବ୍ୟକ୍ତ କରିଛନ୍ତି। ପଙ୍କଜା କହିଛନ୍ତି, ମୋ ପାଖରେ ବୋଧହୁଏ ‘ପର୍ଯ୍ୟାପ୍ତ ଯୋଗ୍ୟତା’ ନାହିଁ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱାଧିନ ଶିବସେନାର ୯ ମନ୍ତ୍ରୀ ଓ ସହଯୋଗୀ ଭାଜପାର ୯ ମନ୍ତ୍ରୀ ଶପଥ ନେଇଛନ୍ତି। ଏହାପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଭାଜପା ନେତା ପଙ୍କଜା ମୁଣ୍ଡେ। ଆହୁରି ମଧ୍ୟ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ କୌଣସି ମହିଳାଙ୍କୁ ସ୍ଥାନ ଦିଆଯାଇ ନ ଥିବାରୁ ବିରୋଧୀ ଦଳ ପକ୍ଷରୁ ସମାଲୋଚନା କରାଯାଉଛି। ଏମିତି ଏକ ପ୍ରଶ୍ନରେ ଗଣମାଧ୍ୟମକୁ ପଙ୍କଜା କହିଛନ୍ତି, ହୁଏତ ମୋ ନିକଟରେ ପର୍ଯ୍ୟପ୍ତ ଯୋଗ୍ୟତା ନାହିଁ, ଯେଉଁଥି ପାଇଁ ମୋତେ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଲା ନାହିଁ। ହେଲେ ଏଥିନେଇ ମୁଁ ଦୁଃଖିତ ନୁହେଁ ବରଂ ନିଜର ସମ୍ମାନ ବଜାୟ ରଖି ରାଜନୀତି କରିବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।

Share