ଭାଜପା ଛାଡ଼ିଲେ ଅମୀୟ ଦାଶ

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ଏକାମ୍ରର ଭାଜପା ନେତା ଅମୀୟ ଦାଶ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅମୀୟ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେବା ନେଇ ଚର୍ଚ୍ଚା ହେଉଛି। ଦୁଇ ଥର ଜିଲା ସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ ଅମୀୟ। ଏହାଛଡ଼ା ଭାଜପା ରାଜ୍ୟ ଉପସଭାପତି ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। ଏବେ ସେ ପୁରୀ ଲୋକ ସଭା କ୍ଷେତ୍ରର ପ୍ରଭାରୀ ଦାୟିତ୍ୱରେ ଥିଲେ। ହେଲେ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡ଼ିଥିବା କୁହାଯାଉଛି।

Share