Categories: ଜାତୀୟ

ମୁଁ ସରକାର ନୁହେଁ ମୋର ପରିବାର ଚଳାଉଛି: ଶିବରାଜ…

ଖରଗୋନ,୯।୯ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ଖରଗୋନର ସନାୱାଦରେ ପହଞ୍ଚିଛନ୍ତି। ସେ ଭାଜପାର ଜନ ଆର୍ଶିବାଦ ଯାତ୍ରାରେ ଯୋଗଦେଇ କହିଛନ୍ତି ମୁଁ ସରକାର ନୁହେଁ, ମୋର ପରିବାର ଚଳାଉଛି। ସନାତନ ଅପମାନକୁ ବରଦାସ୍ତ କରାଯିବ ନାହିଁ। ସମସ୍ତ ଅଭାବୀ ଲୋକଙ୍କୁ ଜମି ପଟ୍ଟା ଦିଆଯିବ। ସମସ୍ତ ଅସହାୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲାଭ ପାଇବେ।

ଏହି ଅବସରରେ ସେ ଘୋଷଣା କରିଛନ୍ତି ୬୦ ପ୍ରତିଶତ ନମ୍ବର ରଖିଥିବା ମନୋନୀତ ଛାତ୍ରୀଛାତ୍ରମାନଙ୍କୁ ଲାପଟପ ଦିଆଯିବ। ଭବିଷ୍ୟତରେ କେତେକ ମନୋନୀତ ପିଲାମାନଙ୍କୁ ମଧ୍ୟ ସ୍କୁଟି ଦିଆଯିବ। ସେ ପୂର୍ବତନ କମଲ ନାଥ ସରକାରଙ୍କୁ ସମାଲୋଚନା କରି କହିଛନ୍ତି କଂଗ୍ରେସ ସରକାର ୯୦୦ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କୌଣସି ଗୋଟିଏ ବି ପୂରଣ ହେଲା ନାହିଁ। କୃଷକଙ୍କ ଋଣ ଛାଡ କରାଯାଇ ନ ଥିଲା।

କମଲ ନାଥ ଗରିବ ଭଉଣୀଙ୍କ ଯୋଜନା ଛଡ଼ାଇ ନେଇଛନ୍ତି। ତୀର୍ଥଯାତ୍ରା ବନ୍ଦ ହୋଇଥିଲା । ବର୍ତ୍ତମାନ ଆମେ ବୃଦ୍ଧାବୃଦ୍ଧମାନଙ୍କୁ ବିମାନ ତୀର୍ଥଯାତ୍ରାରେ ନେଉଛୁ। ରାଜ୍ୟର ଜନସାଧାରଣ କଂଗ୍ରେସକୁ ଉଚିତ ଜବାବ ଦେବେ ବୋଲି ସେ କହିଛନ୍ତି।

Share