Posted inଫୁରସତ

ମୋ ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି: ଅଧ୍ୟାପିକା ସ୍ଥିରା ଦାସ

ପଢ଼ିବା ସମୟରେ ମୁଁ କେବେ ଚାକିରି କରିବା କଥା ଭାବି ନ ଥିଲି। ବାବା (ବାପା) ବି କେବେ ଚାକିରି କରିବା ବିଷୟରେ ମତେ ଜୋର୍‌ ଦେଇ କହି ନ ଥିଲେ। ମୁଁ କେବଳ ଭଲ ପଢ଼ୁଥିଲି ବୋଲି ବାବା ଖୁସି ହେଉଥିଲେ ଓ ମତେ ବହୁତ ଭଲ ପାଉଥିଲେ। ବାଣୀବିହାରରୁ ପି.ଜି. ସରିଲା ପରେ ଯେତେବେଳେ ଘରକୁ ଫେରିଲି, ସେତେବେଳେ ବାବାଙ୍କର ଚାକିରିରୁ ଅବସର ନେବା ସମୟ ପାଖେଇ ଆସୁଥିଲା। ମୁଁ ଚାକିରି କରିବା ପାଇଁ ଚିନ୍ତା କଲି। କିନ୍ତୁ ଚାକିରି ପାଇବା ଆଗରୁ ବାହାଘର ହୋଇଗଲା। ସ୍ବାମୀଙ୍କ ସହିତ ଚାଲିଗଲି ସୁନ୍ଦରଗଡ଼, କାରଣ ସୁନ୍ଦରଗଡ଼ ସରକାରୀ କଲେଜରେ ସ୍ବାମୀ ଅଧ୍ୟାପକ ଚାକିରି କରୁଥିଲେ। ସେଠାରେ ରହି ଚାକିରି ପାଇଁ ଲାଗିବା ସହଜ ନ ଥିଲା। ପରେ ଝିଅଟେ ହେଲା। ଝିଅର ଯତ୍ନ ନେବାରେ ମୁଁ ବେଶ୍‌ ଆନନ୍ଦ ପାଉଥିଲି। ଚାକିରି କଥା ଭାବିବାକୁ ମୋ ପାଖରେ ଆଉ ସମୟ ବି ନ ଥିଲା। ଝିଅ ବଡ଼ ହୋଇ ଯେବେ ହାଇସ୍କୁଲରେ ପଢିଲା, ସେବେ ମୁଁ ଚାକିରି କରିବା କଥା ଭାବିଲି। ସେତେବେଳେ ଭଦ୍ରକ ସରକାରୀ କଲେଜରେ ଅତିଥି ଅଧ୍ୟାପକ ସକାଶେ ବିଜ୍ଞାପନ ବାହାରିଥିଲା। ସେଥିରେ ଆବେଦନ କରି ଭଦ୍ରକ କଲେଜରୁ ଅତିଥି ଅଧ୍ୟାପିକା ଭାବରେ ମୁଁ ମୋର ଚାକିରି ଜୀବନ ଆରମ୍ଭ କଲି। ପ୍ରଥମ ମାସର ଦରମା ଥିଲା ୧୫, ୬୦୦ ଟଙ୍କା। ପ୍ରଥମେ ଭାବୁଥିଲି ସବୁ ଟଙ୍କା ବାବାଙ୍କୁ ଦେଇ ଦେବି ବୋଲି। କିନ୍ତୁ ପରେ ମୋ ଖୁସିକୁ କେବଳ ବାବାଙ୍କ ସହିତ ନ ବାଣ୍ଟି ଅନ୍ୟମାନଙ୍କ ସହିତ ବାଣ୍ଟିବା ପାଇଁ ଇଚ୍ଛା କଲି। ତେଣୁ ବାବା ଓ ମା’ଙ୍କୁ ମାତ୍ର ୧୦୦୦ ଟଙ୍କା ଲେଖାଏ ଦେଲି। ବାବା ସେତେବେଳକୁ ଚାକିରିରୁ ଅବସର ନେଇସାରିଥିଲେ। ତାଙ୍କ ଚଳିବା ପାଇଁ ପେନ୍‌ସନ୍‌ ପଇସା କିଛି କମ୍‌ ନ ଥିଲା। କିନ୍ତୁ ମୁଁ ଦେଇଥିବା ହଜାରେ ଟଙ୍କାକୁ ଧରି ବାବା ସେଦିନ ଯେତେ ଖୁସି ହୋଇଥିଲେ, ସେହି ମୁହୂର୍ତ୍ତକୁ ମୁଁ ଏଯାଏ ଭୁଲି ନାହିଁ। କଲେଜରେ ପଢ଼ିଲାବେଳେ ମୋ ବଡ଼ ଭଉଣୀ ସବୁବେଳେ କହୁଥିଲା, ‘ଆମ ଘରେ ଯିଏ ଚାକିରି କରୁ କି ନ କରୁ, ଜାପୁଟା ଚାକିରି କରିବା ଦରକାର।’ ତେଣୁ ସେଦିନ ତା’ କଥା ବହୁତ ମନେ ପଡିଲା। ତାକୁ ଫୋନ୍‌ କରି କହିଲି, ‘ଦେଈ, ମୋ ପ୍ରଥମ ଦରମାରୁ ୧୦୦୦ ଟଙ୍କା ତତେ ଦେବି, କିଛି ନ କହି ରଖିବୁ।’ ସେ ସଙ୍ଗେସଙ୍ଗେ କହିଲା, ‘ତୋ ଚାକିରି ପଇସାରୁ ମତେ ଦେଇଥିବାରୁ ମୁଁ ଖୁସି ତ ହେଲି, କିନ୍ତୁ ତୁ ତୋ ଏମ୍‌.ଏ. ପାଠକୁ କାମରେ ଲଗେଇ ପାରିଲୁ ବୋଲି ତା’ଠାରୁ ବେଶି ଖୁସି ହେଲି।’ ଏହାର ଦୁଇଦିନ ପରେ ମୁଁ, ଝିଅ ଓ ସ୍ବାମୀ ବସି କଥା ହେଉଥାଉ । ଝିଅ ପଚାରିଲା, ‘ମାମା, ମତେ ତ କିଛି ଦେଲନାହିଁ।’ ମୁଁ କହିଲି, ‘ତୋ ପାପା ମତେ ସୁଯୋଗ ଦେଲେ ସିନା ମୁଁ ତତେ କିଛି ଦେଇପାରିବି। ତୁ କେକ୍‌ ଭଲପାଉ ବୋଲି ତୋ ପାଇଁ କେକ୍‌ ଆଣିବି ବୋଲି କହିଥିଲି। ହେଲେ ମୁଁ ଆଣିବା ଆଗରୁ ସେଇ କେକ୍‌ ତୋ ପାପା କାଲି ନେଇ ଆସିଲେ।’ ଝିଅ ହସି ହସି କହିଲା, ‘ହଉ ହେଲା, ଏବେ ଭାବିଦେଲି ଯେ କାଲି ତୁମେ ମତେ କେକ୍‌ ଦେଇଥିଲ।’ ତା’ପରେ ମୁଁ ସ୍ବାମୀଙ୍କୁ ଚାହିଁ ପଚାରିଲି, ‘ତୁମେ କିଛି ନେବନି?’ ସେ କହିଲେ, ‘ଆରେ ହଁ, ତୁମ ଆକାଉଣ୍ଟରେ ଦରମା ଟଙ୍କା ଜମା ହେଲା ପରେ ମୋ ପକେଟ୍‌ରୁ ଟଙ୍କା ନେଇ ୟାକୁ ଦେଉଛ ତାକୁ ଦେଉଛ। ହେଲେ ମତେ ତ କିଛି ଦେଲ ନାହିଁ ।’ ମୁଁ କହିଲି, ‘ତୁମକୁ ଆଉ ଅଧିକ କ’ଣ ଦେବି। ତୁମ ପାଖରେ ମୋ ଏ.ଟି.ଏମ୍‌. କାର୍ଡ ପରା ଅଛି; ଯାହାର ପାସ୍‌ୱାର୍ଡ ବି ମତେ ଜଣା ନାହିଁ। ପାସ୍‌ୱାର୍ଡ ତୁମେ ହିଁ ଜାଣିଛ। ତେଣୁ ଭାବିନିଅ ତୁମ ସ୍ତ୍ରୀର ଖୁସି ପାଇଁ ତୁମେ ମୋ ଦ୍ୱାରା ସମସ୍ତଙ୍କୁ କିଛି କିଛି ଉପହାର ଦେଇଛ। ମୋ ଆକାଉଣ୍ଟରେ ୧୫,୬୦୦ ଟଙ୍କା ସେମିତି ରହିଛି।’ ମୋ କଥା ଶୁଣି ସ୍ବାମୀ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘ମୁଁ କିଛି ବୁଝିପାରିଲିନି।’ ତାଙ୍କ କଥା ଶୁଣି ମୁଁ କହିଲି, ‘ମୁଁ ଆଟର୍‌ସ ଲୋକ, ୟେ ଫିଜିକ୍ସ ପ୍ରଫେସରଙ୍କୁ କ’ଣଟା ବୁଝେଇବି? ଯାଉଛି ମୋ କାମ ପଡ଼ିଛି କରିବି।’ ଏତିକି କହିଦେଇ ସେ ଜାଗା ଛାଡ଼ିଲି। ଝିଅ ତା’ ପାପାଙ୍କୁ ଅନେଇ ମୁରୁକି ମୁରୁକି ହସୁଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍‌ଫି ନେଉଛନ୍ତି କି? ସାବଧାନ! ଖାଲି ହୋଇଯିବ ଆକାଉଣ୍ଟ, ଜାଣନ୍ତୁ କେମିତି…

ସାଇବର ଠକେଇର ନୂଆନୂଆ ମାମଲା ପ୍ରତିଦିନ ସାମ୍ନାକୁ ଆସୁଛି। ଏପରିକି ଲୋକଙ୍କ ଆଜୀବନ ରୋଜଗାର ମଧ୍ୟ ଲୁଟ୍‌ ହେଉଛି। ସାଇବର ଅପରାଧୀମାନେ ନୂଆ ଫର୍ମୂଲା ପକାଇ...

ଫ୍ଲାଇଟ୍‌ରେ ଦେଇଥିବା ଖାଦ୍ୟରୁ ବାହାରିଲା ଜୀବନ୍ତ ମୂଷା, ପରେ ହଠାତ୍‌…

ଖାଦ୍ୟରେ ଜୀଅନ୍ତା ମୂଷା ବାହାରିବା ପରେ ଜରୁରୀ କାଳୀନ ଅବତରଣ କଲା ବିମାନ। ଏହା ଅଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ କରିପାରେ। ଏଭଳି ଘଟଣା ଘଟିଛି ଡେନମାର୍କର...

‘ଜୀବନର ଜଳପଥ’

ନଦୀ ପ୍ରାକୃତିକ ଭାବେ ମଧୁର ଜଳକୁ ପ୍ରବାହ କରିଥାଏ। ଏହା ପାହାଡ଼, ପର୍ବତ କିମ୍ବା ହିମବାହରୁ ଉତ୍ପତ୍ତି ଲାଭକରି ସାଗର, ମହାସାଗର, ହ୍ରଦ କିମ୍ବା ଅନ୍ୟ...

ଆପଣ ବ୍ୟବହାର କରୁଥିବା ଘିଅରେ ମିଶୁଥାଇପାରେ ପଶୁଚର୍ବି-ମାଛତେଲ, ଜାଣନ୍ତୁ କିପରି ପ୍ରସ୍ତୁତ ହୁଏ ଏହି ଘିଅ

ନୂଆଦିଲ୍ଲୀ,୨୨।୯: ତିରୁପତି ବାଲାଜୀ ମନ୍ଦିର ପ୍ରସାଦ ଲଡୁରେ ପଶୁ ଚର୍ବି ଓ ମାଛ ତେଲ ମିଶାଇବା ଘଟଣାରେ ସାରା ଦେଶ ଉଠୁଛି ପଡୁଛି। ଏହାକୁ ନେଇ...

ଏତେ ଲମ୍ବା ଗୋଡ଼ !

ଟେକ୍ସାସ୍‌, ସେଦାର ପାର୍କର ୧୭ ବର୍ଷୀୟା ମ୍ୟାକି କୁରାନ। ତାଙ୍କୁ ଦେଖିଲେ ଲାଗିବ ସତେ ଯେମିତି ସେ ଏକ ଲମ୍ବା ବାଉଁଶ। କାରଣ ଏଇ ବୟସରେ...

ସୁନାଚେନ୍‌ର କେଶ

ଆଜିକାଲି ନାନା ପ୍ରକାରର ହେୟାର ଷ୍ଟାଇଲ ଲୋକେ କରୁଛନ୍ତି। ଖାସ୍‌କରି ସେଲିବ୍ରିଟି ଯେଉଁଭଳି ହେୟାରଷ୍ଟାଇଲ କରନ୍ତି ସାଧାରଣ ଲୋକେ ତାକୁ ଅନୁକରଣ କରନ୍ତି। ମେକ୍ସିକୋର ର଼୍ୟାପର୍‌...

ଘର କାମ କରିବ ଏହି ରୋବୋ

ଘର କାମ ପାଇଁ ଆଜିକାଲି ପ୍ରାୟ ସମସ୍ତେ ଚାକର ଚାକରାଣୀ ରଖୁଛନ୍ତି। ହେଲେ ସେମାନେ ସବୁ ସମୟରେ ମନ ଦେଇ କାମ କରି ନ ଥାଆନ୍ତି...

ବ୍ଲୁ ଟୁଥ୍‌ ନାମ କାହିଁକି ହେଲା

ବ୍ଲୁଟୁଥ୍‌ ଏକ ଓ୍ବେରଲେସ୍‌ ଟେକ୍ନୋଲୋଜି। ଯାହାକି ସାରା ପୃଥିବୀରେ ବେଶ୍‌ ଲୋକପ୍ରିୟ। ତେବେ ଜାଣନ୍ତିକି କମ୍‌ ରେଞ୍ଜରେ ଥିବା ଡିଭାଇସ୍‌କୁ ଯୋଡ଼ିବା ଲାଗି ବ୍ୟବହାର କରାଯାଉଥିବା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri