ରୋଜଗାରର ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି

ରୋଜଗାରର ଖୁସି ସମସ୍ତଙ୍କ ସହ ବାଣ୍ଟିଥିଲି
ଗ୍ରାଜୁଏଶନ୍‌ ପରେ ସିଟି ଟ୍ରେନିଂ ସରିଲା ଆଉ ତା’ପରେ ମୋ ବାହାଘର ହୋଇଗଲା। ବାପଘର କୋରାପୁଟ ଜିଲାର ଲକ୍ଷ୍ମୀପୁର ଗାଁରେ ହୋଇଥିଲେ ହେଁ ଶାଶୁଘର ଥିଲା ମୋର ବ୍ରହ୍ମପୁରରେ। ତେଣୁ ବ୍ରହ୍ମପୁର ଆସି ଚାକିରି ପାଇଁ ଅପେକ୍ଷା କଲି। ହେଲେ କିଛି ବି ପୋଷ୍ଟିଂ ବାହାରିଲାନି। ସେପଟେ ମୋର ପୁଅଟିଏ ହୋଇସାରିଥିଲା। ବାହାଘରର ତିନି ବର୍ଷ ପରେ ଅନୁସୂଚିତ ଜାତି ଓ ଜନଜାତି ମଙ୍ଗଳ ବିଭାଗର ଗୋଟିଏ ସ୍କୁଲରେ ଶିକ୍ଷୟିତ୍ରୀ ଭାବେ ମୋତେ ଚାକିରି ମିଳିଲା। କିନ୍ତୁ ଚାକିରି କ୍ଷେତ୍ରଟି ଥିଲା କୋରାପୁଟର ନାରାୟଣପାଟଣାଠାରେ; ଯାହାକି ମୋ ବାପଘରଠାରୁ ପ୍ରାୟ ୨୦ କି.ମି ଦୂରରେ ଥିଲା। ତେଣୁ ଦ୍ୱନ୍ଦ୍ୱରେ ପଡିଲି ଚାକିରି କରିବି କି ନାହିଁ। ଗୋଟେ ପଟେ ସରକାରୀ ଚାକିରି ନ ଛାଡ଼ିବାର ଲୋଭ; ଅନ୍ୟପଟେ ଛୋଟ ପୁଅକୁ ଛାଡ଼ି ଦୂରରେ ନ ରହିବାର ଇଚ୍ଛା ମୋତେ ଚିନ୍ତାରେ ପକାଇ ଦେଇଥିଲା। ଶେଷରେ ବହୁ ଭାବିଚିନ୍ତି ନିଷ୍ପତ୍ତି ନେଲି ଚାକିରିରେ ଜଏନ କରିଯିବି ବୋଲି। ପୁଅକୁ ମୋ ବାପାବୋଉଙ୍କ ପାଖରେ ଛାଡ଼ି ସ୍କୁଲ୍‌କୁ ବାହାରିଲି। ଯିବାବେଳେ ମାଆ ପୁଅ ପରସ୍ପରକୁ ଧରି ଖୁବ୍‌ କାନ୍ଦିଲୁ। ସ୍କୁଲ୍‌ରେ ପହଞ୍ଚତ୍ବା ପରେ ପୁଅ କଥା ଖାଲି ମନେ ପଡ଼ିଲା। ଆଖି ଆଗରେ ତା’ରି ଚେହେରା ନାଚି ଯାଉଥିଲା। କାନ୍ଦ ବି ମାଡୁଥିଲା। କାରଣ ଘରୁ ପ୍ରତିଦିନ ଯିବାଆସିବା କରିବାକୁ ଅସୁବିଧା ହେବାରୁ ସ୍କୁଲ୍‌ କ୍ୱାଟର୍‌ରେ ମୋତେ ବାଧ୍ୟ ହୋଇ ରହିବାକୁ ପଡିଲା। ହେଲେ ପ୍ରତି ଶନିବାର ଘରକୁ ଯାଉଥିଲି, ରବିବାର ରହି ସୋମବାର ଫେରିଲା ବେଳକୁ ପୁଣି ମା’ପୁଅଙ୍କର କାନ୍ଦ ବୋବାଳି ହେଉଥିଲା। ଏମିତିରେ ଗୋଟେ ମାସ କେମିତି ବିତିଗଲା ଜଣାପଡିଲାନି। ମାସ ଶେଷକୁ ସ୍କୁଲ୍‌ ହେଡ୍‌ସାର୍‌ ମୋ ପରିଶ୍ରମର ଫଳସ୍ବରୂପ ୫୭୦୦ ଟଙ୍କା ମୋ ହାତକୁ ଯେତେବେଳେ ବଢ଼ାଇଦେଲେ, ଖୁସିରେ ମୋ ଆଖିରୁ ଦୁଇଟୋପା ଲୁହ ଝରି ପଡ଼ିଲା। ସେଇ ଟଙ୍କା ଭିତରେ ମୋତେ ମୋ ପୁଅର ଚେହେରା ହିଁ ନଜର ଆସିଲା।
ସେଇଥର ଘରକୁ ଗଲାବେଳେ ଘର ପାଇଁ କିଛି ମିଠା, ପୁଅ ପାଇଁ କିଛି ଖାଇବା ଜିନିଷ କିଣି ନେଇଥିଲି। ତା’ପରେ ଗାଁ ଠାକୁରାଣୀଙ୍କ ପାଖରେ କିଛି ଟଙ୍କାରେ ଭୋଗ ବି କରିଥିଲି। ଏଥିସହିତ ବୋଉ ଆଉ ଶାଶୁଙ୍କ ପାଇଁ ଦୁଇଟି ସମ୍ବଲପୁରୀ ଶାଢ଼ି ମଧ୍ୟ କିଣିଥିଲି। ତା’ପରେ କିଛି ଟଙ୍କା ନିଜ ପାଖେ ସାଇତି ରଖି ଆଉ ଯାହା ବଳିଥିଲା ତାକୁ ବାପାଙ୍କ ହାତକୁ ବଢ଼ାଇ ଦେଇଥିଲି। ନିଜ ପାଖେ କିଛି ଟଙ୍କା ଏଇଥିପାଇଁ ରଖିଥିଲି, କାରଣ ମୋର ଗୋଟେ ଇଚ୍ଛା ଥିଲା; ଯେବେ ବି ପୁରୀ ଯାଇ ଚକାଆଖିଙ୍କୁ ଦର୍ଶନ କରିବି ତାଙ୍କ ପାଖରେ ମୋ ପ୍ରଥମ ରୋଜଗାର ଟଙ୍କାରେ ଭୋଗ ଲଗେଇବି ବୋଲି। ସତକୁ ସତ ଚାକିରି କରିବାର କିଛି ମାସ ପରେ ମୁଁ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଥିଲି। ତେବେ ଏହି ଚାକିରିର ବର୍ଷେ ପରେ ମୋତେ ବ୍ରହ୍ମପୁରର ବମକେଇସ୍ଥିତ ମଣିପଡିଆ ହାଇସ୍କୁଲ୍‌ରେ ଶିକ୍ଷୟିତ୍ରୀ ଚାକିରି ମିଳିବାରୁ ପୂର୍ବ ଚାକିରି ଛାଡ଼ି ଏଠାକୁ ଚାଲିଆସିଲି; ଯେଉଁଠାରେ ଏବେ ବି ମୁଁ କାର୍ଯ୍ୟରତା। ଶିକ୍ଷକତା ବ୍ୟତୀତ ଗପ ଲେଖିବାକୁ ମୋତେ ବହୁତ ଭଲ ଲାଗେ। ବିଶେଷକରି ଶିଶୁ ଗପ ଲେଖିବାରେ ମୋର ରୁଚି ରହିଛି। ୟା’ଭିତରେ ଅନେକ ଲେଖା ମୋର ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇ ମୋତେ ବହୁ ପାଠକୀୟ ପ୍ରଶଂସା ମଧ୍ୟ ମିଳିସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତଦାନ କରୁଥିଲେ ଜାଣି ରଖନ୍ତୁ…

ରକ୍ତଦାନ ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇବାରେ ଅନେକାଂଶରେ ସହାୟତା କରିପାରିବା- ଏକଥା ସମସ୍ତେ ହୃଦୟଙ୍ଗମ କରିବା ଦରକାର। ବିଶ୍ୱରେ କୋଟି କୋଟି ରକ୍ତଦାତା...

ମାଇକ୍ରୋଆର୍‌ଏନ୍‌ଏ : ଜିନ୍‌ର ପ୍ରମୁଖ ନିୟାମକ

କିଏ ପାଇଛନ୍ତି: ଚଳିତ ବର୍ଷର ଶରୀର ବିଜ୍ଞାନ କିମ୍ବା ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାର ଗୌରବ ଲାଭ କରିଛନ୍ତି ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି...

ଅଁଳା ଗଛରୁ ପାଇବେ ଲକ୍ଷ୍ମୀଙ୍କ କୃପା: ପ୍ରସନ୍ନ ହେବେ ମା’

ଅଁଳା ଗଛ ଯେତିକି ପବିତ୍ର ସେତିକି ମଧ୍ୟ ଗୁଣକାରୀ। ଏହାର ଆଧ୍ୟାତ୍ମିକ ମହତ୍ତ୍ୱ ବି ଅତ୍ୟନ୍ତ ଉଚ୍ଚକୋଟୀର। କାରଣ ଏହି ଗଛରେ ସ୍ବୟଂ ଲକ୍ଷ୍ମୀନାରାୟଣ ବାସ...

ପଞ୍ଚମୁଖୀ ହନୁମାନଙ୍କର ଫଟୋ ଘରକୁ ଆଣିଥାଏ ଶୁଭଫଳ: ଜାଣନ୍ତୁ କିପରି

କୁହାଯାଏ, ଘରେ କୌଣସି ବାସ୍ତୁଦୋଷ ଥିଲେ ଅନେକ ପ୍ରକାରର ଅଶାନ୍ତି ଉପୁଜିଥାଏ। ତେଣୁ ଏହି ବାସ୍ତୁଦୋଷକୁ ସହଜରେ କିପରି ଦୂର କରିହେବ ଜାଣନ୍ତୁ ସେ ସମ୍ପର୍କରେ…...

ବଜାରକୁ ଆସିଲାଣି ନକଲି ‘ଆଲମଣ୍ଡ’, କିଭଳି ସହଜ ଉପାୟରେ ଚିହ୍ନିବେ ଜାଣନ୍ତୁ?  

‘ଆଲମଣ୍ଡ’ ଫାଇବର, ପ୍ରୋଟିନ୍‌, ଆଇରନ୍‌, ମ୍ୟାଗ୍ନେସିୟମ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ମିଳିଥାଏ। ନିୟମିତ ଏହାର ସେବନ କରିବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ପାଇଥାଏ।...

ପ୍ରେମ ହେଉଛି ସବୁ ଦୁଃଖର କାରଣ, କାହିଁକି ଏଭଳି କହିଛନ୍ତି ଚାଣକ୍ୟ…

ମହାନ ରାଜନୀତିଜ୍ଞ ଏବଂ ଅସ୍ତ୍ରଶାସ୍ତ୍ର ବିଶାରଦ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସଫଳ ଜୀବନକୁ ନେଇ ଅନେକ ନୀତି ଉଲ୍ଲେଖ କରିଛନ୍ତି। ପ୍ରେମ ସମ୍ପର୍କକୁ ନେଇ...

ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…

ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର...

କାହାକୁ ଗୁରୁ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଚାଣକ୍ୟ ଜଣେ ପଣ୍ଡିତ ଏବଂ ମହାନ ଶିକ୍ଷକ ଥିଲେ। ସେ ତାଙ୍କ ଚାଣକ୍ୟ ନୀତିରେ ଅନେକ ବିଷୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଗୁରୁ ହିଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri