ଏବେ ବି ମନେ ପଡୁଛି

ଶ୍ରଦ୍ଧା କପୁର ସେତେବେଳେ ସ୍କୁଲରେ ପଢ଼ୁ୍‌ଥାଆନ୍ତି। ବୟସ ମାତ୍ର ୧୫ କି ୧୬। ଏହି ସମୟରେ ହଠାତ୍‌ ତାଙ୍କୁ ହିନ୍ଦୀ ସିନେମାରେ ନାୟିକା ସାଜିବାକୁ ଅଫର ମିଳିଥିଲା। ଆଉ ଏଭଳି ପ୍ରପୋଜାଲ୍‌ ପ୍ରଥମେ ଦେଇଥିଲେ ସଲମାନ ଖଁା ଓରଫ ସଲ୍ଲୁ ମିଅଁା। କିନ୍ତୁ ଏଭଳି ସୁଯୋଗର ସେ ସଦୁପଯୋଗ କରିପାରି ନ ଥିଲେ। ଏ ବିଷୟରେ ଶ୍ରଦ୍ଧା କହନ୍ତି, ‘ଯେତେବେଳେ ଏପରି ଅଫର ମିଳିଲା ମୁଁ ପାପା (ଶକ୍ତି କପୁର)ଙ୍କ ସହ ଆଲୋଚନା କଲି। ଆଉ ଭାବିଲି ଏବେ ମୋର ନାୟିକା ଭୂମିକାରେ ଅଭିନୟ କରିବାର ବୟସ ହୋଇନାହିଁ। ପାଠ ପଢ଼ା ଚାଲିଛି। ତେଣୁ ସେହି ଅଫରକୁ ମୁଁ ଗ୍ରହଣ କରି ନ ଥିଲି। ଏବେ ବି ମୋର ସେହି ଅଫର ବିଷୟରେ ମନେ ପଡେ।’ ହଁ, ଏହି ଫିଲ୍ମଟିର ଟାଇଟଲ କ’ଣ ଥିଲା ଜାଣନ୍ତି ? ‘ଲକି : ନୋ ଟାଇମ୍‌ ଫର ଲଭ୍‌’। ୨୦୦୫ରେ ପ୍ରସ୍ତୁତ ଉକ୍ତ ସିନେମାରେ ସେତେବେଳେ ଶ୍ରଦ୍ଧାଙ୍କ ସ୍ଥାନରେ ସ୍ନେହା ଉଲାଲଙ୍କୁ ସାଇନ୍‌ କରାଯାଇଥିଲା। ତେବେ ଜାଣନ୍ତିକି ଶ୍ରଦ୍ଧା ଦିନ ତମାମ ଯାହା ଖାଆନ୍ତୁ ନା କାହିଁକି ସକାଳୁ ଚା’ ପିଇବାକୁ କଦାପି ଭୁଲି ନ ଥାନ୍ତି। ଗୁରୁ ଦତ୍ତଙ୍କର ରୋମାଣ୍ଟିକ ଫିଲ୍ମ ‘ପ୍ୟାସା’ ହେଉଛି ତାଙ୍କର ଫେଭରାଇଟ୍‌ ମୁଭି। ଆଉ ଏକ ମଜାଦାର କଥା ହେଲା ଟାଇଗର ଶ୍ରଫ ତାଙ୍କର ସହପାଠୀ ଥିଲେ।

Share