Categories: ଜାତୀୟ

ମୁଁ ଆପଣଙ୍କୁ ଛୁଇଁଦେଲେ, ସେମାନେ କହିବେ ନାକ ପୋଛୁଛି: କାହିଁକି ଖାର୍ଗେଙ୍କୁ ଏମିତି କହିଲେ ରାହୁଲ

ନୂଆଦିଲ୍ଲୀ,୨୪।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ସାଧାରଣତଃ ନିଜର ମଜାଳିଆ ସ୍ବଭାବ ପାଇଁ ଜଣାଶୁଣା। ଶୁକ୍ରବାର ସଂସଦରୁ ବାହାରକୁ ଆସୁଥିବା ବେଳେ ତାଙ୍କ ଏହି ମଜାଳିଆ ଅନ୍ଦାଜ୍‌ ଦେଖିବାକୁ ମିଳିଥିଲା। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ଆଗରେ ଭାଜପାର ସୋସିଆଲ ମିଡିଆ ୱିଙ୍ଗକୁ ଟାର୍ଗେଟ କରିଥିଲେ। ରାହୁଲ ଖାର୍ଗେଙ୍କୁ କହିଛନ୍ତି, ଯଦି ମୁଁ ତୁମକୁ ସ୍ପର୍ଶ କରେ, ସେମାନେ କହିବେ ଯେ ମୁଁ ନାକ ପୋଛି ଦେଉଛି।

ରାହୁଲ ଗାନ୍ଧୀ ସଂସଦରୁ ବାହାରକୁ ଆସୁଥିବାବେଳେ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ସୋନିଆ ଗାନ୍ଧୀ ତାଙ୍କ ସହ ଥିଲେ। ଏହି ସମୟରେ ରାହୁଲ ଖାର୍ଗେଙ୍କ ବାହୁ ଧରି ତଳକୁ ଓହ୍ଲାଉଥିଲେ। ଗଣମାଧ୍ୟମ ଦେଖି ରାହୁଲ କୁହନ୍ତି, ଯଦି ମୁଁ ତୁମକୁ ସ୍ପର୍ଶ କରେ, ଏହି ଲୋକମାନେ କହିବେ ଯେ, ମୁଁ ନାକ ପୋଛି ଦେଉଛି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏଥିରେ ଦେଖାଯାଇଥିଲା ଯେ, ରାହୁଲ ଖାର୍ଗେଙ୍କ ସହ ସଂସଦ ଆଡକୁ ଯାଉଥିବାବେଳେ ସେ ମଲ୍ଲିକାର୍ଜୁନାଙ୍କ କାନ୍ଧରେ ହାତ ରଖିଛନ୍ତି। କିଛି ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ପରେ ୟୁଜର୍ସ କହିଛନ୍ତି, ରାହୁଲ ନାକ କାଢିବା ପରେ ଖାର୍ଗେଙ୍କ ଉପରେ ହାତ ରଖିଥିଲେ। କିଛି ୟୁଜର୍ସ କହିଥିଲେ, ରାହୁଲ ଅନ୍ୟ କଂଗ୍ରେସ ନେତାମାନଙ୍କୁ ଟିସୁ ପେପର ଭାବରେ ବିବେଚନା କରନ୍ତି।

Share