ମୁମ୍ବାଇ, ୨୮।୪: ପ୍ରିୟଙ୍କା ଚୋପ୍ରା ଏବେ ତାଙ୍କ ଓ୍ବେବ ସିରିଜ ସିଟାଡେଲକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଓ୍ବେବ ସିରିଜ୍କୁ ସେ ଜୋରଦାର ପ୍ରମୋଶନ କରିଛନ୍ତି। କିଛିଦିନ ପୂର୍ବରୁ ପ୍ରିୟଙ୍କା ତାଙ୍କ ସ୍ବାମୀ ଏବଂ ଝିଅ ସହିତ ଭାରତ ଆସିଥିଲେ। ଏହିସମୟରେ ସେ ଝିଅକୁ ନେଇ କିଛି ବ୍ୟକ୍ତିଗତ କଥା ସେୟାର୍ କରିଥିଲେ।
ପ୍ରିୟଙ୍କା ଚୋପ୍ରା ୨୦୨୨ମସିହାରେ ସରୋଗାସି ଦ୍ୱାରା ମାଆ ହୋଇଥିଲେ। ତେବେ ଏକ ସାକ୍ଷାତକାରରେ ପ୍ରିୟଙ୍କା କୁହନ୍ତି ଯେ, ପ୍ରି-ମ୍ୟାଚୁର ବାର୍ଥ ସମୟରେ ଝିଅକୁ ହରେଇଦେବା ଭୟ ଲାଗି ରହୁଥିଲା। ମାଳତୀ ଜନ୍ମ ହେବାର ୧୦୦ଦିନ ଯାଏଁ ଏନଆଇସିୟୁରେ ରହିଥିଲା। ତେବେ ଏହି ଖରାପ ସମୟରେ ସ୍ବାମୀ ନିକ୍ ତାଙ୍କୁ ବହୁତ ସମ୍ଭାଳିଛନ୍ତି ଏବଂ ସାହାସ ଦିଅନ୍ତି ବୋଲି ସେ କହିଛନ୍ତି।
ପ୍ରିୟଙ୍କା କୁହନ୍ତି, ମେଡିକାଲରୁ ଝିଅକୁ ଆଣିବା ପରଠୁ ନିକ୍ ଏବଂ ମୁଁ ଭଲ ଭାବେ ଶୋଇପାରି ନ ଥିଲୁ। ମେଡିକାଲ ମନିଟରରେ ଝିଅର ହାର୍ଟବିଟ୍ ଚେକ୍ କରିପାରୁଥିଲୁ କିନ୍ତୁ ଘରେ ଏଥିପାଇଁ ଅସୁବିଧା ହେଉଥିଲା। ତେଣୁ ଝିଅ ମାଳତୀ ଛାତିରେ କାନ ରଖି ସେ ଠିକ୍ ଅଛି ନାହିଁ ଜାଣୁଥିଲୁ। ସେଥିପାଇଁ ପ୍ରତି ୨ମିନିଟ୍ରେ ଥରେ ମୋତେ ଉଠିବାକୁ ପଡୁଥିଲା।