Advertisement

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ ଫିଲ୍ମରେ ଅଭିନୟ କରିଛନ୍ତି। ବର୍ତ୍ତମାନ ଦୁହିଁଙ୍କ ଛାଡପତ୍ର ନେଇ ଆଲୋଚନା ଜୋର୍‌ ଧରିଛି। ଏହି ଛାଡପତ୍ର ଗୁଜବ ଉପରେ ଅଭିଷେକ କିମ୍ବା ଐଶ୍ୱର୍ଯ୍ୟା କୌଣସି ମନ୍ତବ୍ୟ ଦେଇନାହାଁନ୍ତି। ତଥାପି, ଉଭୟ ପୃଥକ ଭାବରେ ସବୁଠି ନଜର ଆସିଛନ୍ତି । ଏହି ଗୁଜବ ମଧ୍ୟରେ ଐଶ୍ୱର୍ଯ୍ୟାଙ୍କ ସାକ୍ଷାତକାର ଭାଇରାଲ ହେବାରେ ଲାଗିଛି।

ଏକ ପୁରାତନ ସାକ୍ଷାତକାରରେ ଐଶ୍ୱ କହିଛନ୍ତି, ମୁଁ ଜଣେ ଏପରି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭାବରେ ଭଲ ପାଇବ। ମୁଁ ବହୁତ ରୋମାଣ୍ଟିକ, ତେଣୁ ସ୍ବାଭାବିକ ଭାବରେ ମୋର ସାଥୀ ମଧ୍ୟ ରୋମାନ୍ସ କଳାରେ ପାରଦର୍ଶୀ ହେବା ଉଚିତ। ଫ୍ଲର୍ଟିଂ ଓ ରୋମାନ୍ସ ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ମୁଁ ସମ୍ମାନ ପସନ୍ଦ କରେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel