ପ୍ରିଗୋଝିନଙ୍କ ମୃତ୍ୟୁ ପରେ ବେଲାଋଷ ରାଷ୍ଟ୍ରପତିଙ୍କ ପ୍ରତିକ୍ରିୟା, ଜୀବନ ପ୍ରତି ବିପଦ ଥିବା ନେଇ ୨ଥର ଚେତାଇ ଥିଲି, ହେଲେ ପୁଟିନ…

ମିନସ୍କ,୨୭।୮: ୱାଗନର୍‌ ମୁଖ୍ୟ ୟେଭେଗେନି ପ୍ରିଗୋଝିନଙ୍କ ମୃତ୍ୟୁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ। ସେ କହିଛନ୍ତି, ପ୍ରିଗୋଝିନଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ମୁଁ ତାଙ୍କୁ ଦୁଇଥର ଚେତାବନୀ ଦେଇଥିଲି।
ପ୍ରିଗୋଝିନ ଯେବେ ପୁଟିନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରି ମସ୍କୋ ଅଭିମୁଖେ ବଢୁଥିଲେ ତାଙ୍କୁ ମୁଁ ସେତେବେଳେ ଫୋନ କରି ବୁଝାଇଥିଲି। ସେତେବେଳେ ତାଙ୍କୁ କହିଥିଲି, ତୁମେ ନିଜ ଲୋକଙ୍କୁ ବିପଦ ମୁଖକୁ ଠେଲି ଦେବା ସହ ନିଜ ମୃତ୍ୟୁକୁ ଡାକୁଛ। ଏହାର ଉତ୍ତରରେ ପ୍ରିଗୋଝିନ କହିଥିଲେ, ମୁଁ ମରିବାକୁ ରାଜି ଅଛି। ଲୁକାଶେଙ୍କୋ ସ୍ବୀକାର କରିଛନ୍ତି ଯେ ପ୍ରିଗୋଝିନ ତାଙ୍କୁ କେବେ ନିଜକୁ ସୁରକ୍ଷା ପାଇଁ କହି ନାହାନ୍ତି।

ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ଉଦ୍ଦେଶ୍ୟମୂଳକ ବୋଲି ଆମେରିକା ଏବଂ ପାଶ୍ଚାତ୍ୟ ଗୁପ୍ତଚର ସଂସ୍ଥା ଅଭିଯୋଗ କରିଛନ୍ତି।

Share