ଭୁବନେଶ୍ୱର,୨।୫(ବ୍ୟୁରୋ): ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ରବିବାର ଗିରଫ ପରେ ରାଜନୀତି ଜୋର ଧରିଛି । ନିଜେ ବିଧାୟକ ଅଭିଯୋଗ କରିଛନ୍ତି, ବିଜେଡି ଚାପରେ ତାଙ୍କୁ ଗିରଫ କରାଯାଇଛି ।
ଗିରଫ ପରେ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଥିବାରୁ ବିଧାୟକ ପାରିଗ୍ରାହୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ କାହିଁକି ଗିରଫ କରାଗଲା ସେନେଇ କିଛି ବୁଝିପାରୁ ନ ଥିବା ସେ କହିଛନ୍ତି।
ମିଛରେ ଏତଲା ଦିଆଯାଇ ମୋତେ ଗିରଫ କରାଯାଇଛି । ବିଧାୟକ ଭାବେ ସବୁ ଅଫିସରଙ୍କୁ ପଚାରିବାର ଅଧିକାର ରହିଛି । ଜିଲାକୁ ଯେଉଁ ଟଙ୍କା ଆସୁଛି ହରିଲୁଟ ହେଉଛି । କହିଲେ ଆମକୁ ହତ୍ୟା ଧମକ ଦେବାକୁ ପଛାଉ ନାହାନ୍ତି । କୌଣସି ତଦନ୍ତ ନ କରି ବିଜେଡି ଚାପରେ ମୋତେ ଗିରଫ କରାଯାଇଛି ବୋଲି ବିଧାୟକ କହିଛନ୍ତି।