Categories: ଜାତୀୟ

କ୍ଷମତାର କେନ୍ଦ୍ରରେ ମୋର ଜନ୍ମ, ହେଲେ ମୋର ସେଥିରେ ଆଗ୍ରହ ନାହିଁ: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୯।୪: ମୁଁ କ୍ଷମତାର କେନ୍ଦ୍ରରେ ଜନ୍ମ ହୋଇଛି। ହେଲେ ମୋର ସେଥିପ୍ରତି ଲୋଭ ନାହିଁ ବୋଲି ଶନିବାର ପୂର୍ବତନ ଆଇଏଏସ୍‌ ଅଫିସର କେ. ରାଜୁ ଜୱାହରଙ୍କ ଏକ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଇ ରାହୁଲ ଏହା କହିଛନ୍ତି।

ରାହୁଲ କହିଛନ୍ତି, ରାଜନୈତିକ ବ୍ୟକ୍ତିମାନେ ସର୍ବଦା କ୍ଷମତାର ପଛରେ ରୁହନ୍ତି। ସମସ୍ତ ଶକ୍ତି ଖଟାଇ ତାକୁ ହାସଲ କରିବାକୁ ଚିନ୍ତା କରନ୍ତି। ମୁଁ କ୍ଷମତା ବଳୟରେ ଜନ୍ମ ହୋଇଛି ସତ କିନ୍ତୁ, ସତ କହିବାକୁ ଗଲେ ମୋର ସେଥିପ୍ରତି ଆଦୌ ଆଗ୍ରହ ନାହିଁ। ଏହା ବଦଳରେ ମୁଁ ମୋ’ ଦେଶକୁ ବୁଝିବାକୁ ପ୍ରୟାସ କରେ ବୋଲି ସେ କହିଛନ୍ତି।

Share