Categories: ଜାତୀୟ

ରାଜନୀତିରୁ ସନ୍ୟାସ ନେଲେ ମେଟ୍ରୋମ୍ୟାନ୍ ଇ. ଶ୍ରୀଧରନ!

ନୂଆଦିଲ୍ଲୀ,୧୬ ।୧୨: ମେଟ୍ରୋମ୍ୟାନ ଇ.ଶ୍ରୀଧରନ ଗୁରୁବାର ଚମକାଇବା ଭଳି ଏକ ନିଷ୍ପତ୍ତି ନେଇଛନ୍ତି । ସେ ତାଙ୍କ ଜନ୍ମସ୍ଥାନ ମଲପ୍ପୁରମରେ ଘୋଷଣା କରିଛନ୍ତି କି ସେ ରାଜନୀତି ଛାଡୁଛନ୍ତି । ଆଉ ସେ ଏହା ମଧ୍ୟ କହିଛନ୍ତି କି ସେ ରାଜନେତା ନ ଥିଲେ । ତେବେ ତାଙ୍କୁ ଏବେ ବୟସ ୯୦ ହୋଇଥିବାରୁ ସେ ଏବେ ଆଉ ସକ୍ରିୟ ରାଜନୀତି କରିବେ ନାହିଁ ବୋଲି କହିଛନ୍ତି । ଏହାର ଅର୍ଥ ନୁହେଁ ଯେ ସେ ରାଜନୀତି ଛାଡି ଦେଉଛନ୍ତି । ସେ କହିଛନ୍ତି ଯେତେବେଳେ ମୁଁ ନିର୍ବାଚନ ହାରିଥିଲି ସେତେବେଳେ ମୋତେ ଦୁଃଖ ଲାଗିଥିଲା ହେଲେ ଏବେ ଆଉ ମୁଁ ଦୁଃଖି ନୁହେଁ କାରଣ ଜଣେ ବିଧାୟକ ସହ କେହି କିଛି କରିପାରିବେ ନାହିଁ । ଶ୍ରୀଧରନ କହିଛନ୍ତି, ମୁଁ ଜଣେ ରାଜନେତା ନୁହେଁ, କିନ୍ତୁ ମୁଁ ଅନ୍ୟ ଉପାୟରେ ଲୋକଙ୍କ ସେବା କରିବାକୁ ଚାହୁଁଛି । ମୋ ପାଖରେ ୩ଟି ଟ୍ରଷ୍ଟ ରହିଛି, ଆଉ ମୋତେ ସେଥିରେ କାମ କରିବାର ଅଛି । ସୂଚନାଯୋଗ୍ୟ, ଶ୍ରୀଧରନ କେରଳ ବିଧାନସଭା ନିର୍ବାଚନ ପୂର୍ବରୁ ଫେବୃୟାରୀରେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଥିଲେ ।

Share