‘ମୁଁ ସର୍ବଧାରଣରେ କ୍ଷମା ମାଗୁଛି’

ଲସ୍‌ ଏଞ୍ଜେଲ୍ସ,୨୯।୩: ଓସ୍କାର ଭାବେ ଜଣାଶୁଣା ଏକାଡେମୀ ପୁରସ୍କାର ଉତ୍ସବରେ ଉପସ୍ଥାପକ ଖ୍ରିସ ରକଙ୍କୁ ହଲିଉଡ୍‌ ଅଭିନେତା ଓ୍ବିଲ ସ୍ମିଥ୍‌ ଷ୍ଟେଜ ଉପରେ ମୁଥା ମାରିବା ଘଟଣା ଏବେ ଜଙ୍ଗଲରେ ନିଆଁ ଭଳି ବ୍ୟାପୁଛି। ଏହି ପୁରସ୍କାର ତଦାରଖ କରୁଥିବା ସଂସ୍ଥା ଉକ୍ତ ଘଟଣାର ଏକ ଶୁଣାଣି ଆନୁଷ୍ଠାନିକ ସମ୍ମୀକ୍ଷା କରିବେ।

ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଁ ଷ୍ଟେଜକୁ ଡକାଯିବା ପରେ ୫୩ ବର୍ଷୀୟ ସ୍ମିଥ ଉପସ୍ଥାପକ ରକଙ୍କୁ ମାଡ଼ ମାରିଥିଲେ। ସୋମବାର ସେ କହିଛନ୍ତି, ”ମୁଁ କ୍ରିସଙ୍କୁ ସର୍ବ ସାଧାରଣରେ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି। ମୁଁ ସୀମା ବାହାରକୁ ଚାଲିଯାଇଥିଲି। ମୁଁ ଭୁଲ କରିଛି। ମୁଁ ଲଜ୍ଜିତ ଏବଂ ମୋର କାର୍ଯ୍ୟକଳାପ ମୁଁ ହେବାକୁ ଚାହୁଁଥିବା ବ୍ୟକ୍ତିର ମାନସିକତାକୁ ଦର୍ଶାଉ ନାହିଁ। ହିଂସାର ସମସ୍ତ ରୂପ ବିଷାକ୍ତ ଏବଂ ବନାଶକାରୀ ଅଟେ। ଗତ ରାତିରେ ଏକାଡେମୀ ପୁରସ୍କାର ମୋ ବ୍ୟବହାର ଗ୍ରହଣୀୟ ନ ଥିଲା“।

‘କିଙ୍ଗ୍‌ ରିଚାର୍ଡ’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇବା ପରେ ସ୍ମିଥ କହିଛନ୍ତି, ଜୋକ କରିବା ମୋ ପେଶାର ଅଂଶ। କିନ୍ତୁ ଜାଡାଙ୍କ ସ୍ବାସ୍ଥ୍ୟ ଉପରେ ଜୋକ ସହ୍ୟ କରିବା ମୋ ପାଇଁ ସମ୍ଭବ ନ ଥିଲା। ଏଣୁ ମୁଁ ଭାବପ୍ରବଣ ହୋଇ ପ୍ରତିକ୍ରିୟାଶୀଳ ହୋଇଉଠିଥିଲି। ଉଲ୍ଲେଖଯୋଗ୍ୟ, ପିଙ୍କେଟ ସ୍ମିଥ ଆଲୋପେସିଆ ନାମକ ଏକ ରୋଗରେ ପୀଡ଼ିତ। ଏହି ରୋଗ ଯୋଗୁ ତାଙ୍କୁ ନଣ୍ଡା ହେବାକୁ ପଡ଼ିଛି।

Share