ଭଲ ମଣିଷ ହେବି, ଗରିବଙ୍କୁ ସାହାଯ୍ୟ କରିବି, ଏନ୍‌ସିବିକୁ କହିଲେ ଆର୍ୟନ…

ମୁମ୍ବାଇ,୧୭।୧୦: ଏବେ ମୁଁ ଗୁଡ୍‌ ବୟ ହେବି ବୋଲି କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାଁଙ୍କ ପୁଅ ଆର୍ଯନ ଖାଁ ହେବା ଏନସିବିକୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଁ ଜଣେ ଭଲ ମଣିଷ ହେବି, ଗରିବ ଲୋକଙ୍କୁ ସାହାଯ୍ୟ କରିବି ବୋଲି ସେ କହିଛନ୍ତି। ଆର୍ୟନ ବର୍ତ୍ତମାନ ମୁମ୍ବାଇର ଆର୍ଥର ରୋଡ ଜେଲରେ ଅଛନ୍ତି।

ମୁମ୍ବାଇର ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଗୁରୁବାର ଆର୍ଯନଙ୍କ ଜାମିନର ରାୟ ସଂରକ୍ଷିତ ରଖିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୦ରେ ହେବ। ଏକ ରିପୋର୍ଟ ଅନୁଯାୟୀ, କାଉନସେଲିଂ ସମୟରେ ଆର୍ଯନ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କୁ ଏଭଳି ପ୍ରତିଶୃତି ଦେଇଛନ୍ତି। ମୁଁ ଜଣେ ଭଲ ବ୍ୟକ୍ତି ହୋଇ ଭଲ କାମ କରିବି ଏବଂ ଦିନେ ତୁମେ ମୋ ପାଇଁ ଗର୍ବ କରିବ ବୋଲି ଆର୍ୟନ କହିଛନ୍ତି।

ଆର୍ଯନ ଏନସିବିକୁ ପ୍ରତିଶୃତି ଦେଇଛନ୍ତି ଯେ ଜେଲରୁ ବାହାରିବା ପରେ ସେ କୌଣସି ଭୁଲ କରିବେ ନାହିଁ। ଏହା ସହିତ ଗରିବ ଏବଂ ଦୁର୍ବଳ ଲୋକଙ୍କନ୍‌ ସହାୟତା କରିବେ। ଆର୍ଯନ ଜେଲରେ୯୫୬ କଏଦୀ ବ୍ୟାଚ ପାଇଛନ୍ତି।
ଅରବାଜ ମର୍ଚାଣ୍ଟ, ମୁମୁନ ଧାମିଚା ଏବଂ ଆର୍ଯନଙ୍କ ସହିତ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଅକ୍ଟୋବର ୨୦ ପର୍ଯ୍ୟନ୍ତ ଜେଲରେ ରହିବାକୁ ପଡ଼ିବ।

ଶାହାରୁଖ ଏବଂ ଗୌରୀ ଆର୍ଯନଙ୍କ ପାଇଁ ଅକ୍ଟୋବର ୧୧ରେ ୪୫୦୦ ଟଙ୍କାର ମନି ଅର୍ଡର ପଠାଇଛନ୍ତି। ଜଣେ କଏଦୀଙ୍କୁ କେବଳ ଏହି ପରିମାଣର ଅର୍ଥ ଜେଲରେ ରଖିବାକୁ ଅନୁମତି ଦିଆଯାଇଛି। ଆର୍ଯନ ଜେଲର ଖାଦ୍ୟକୁ ପସନ୍ଦ କରୁ ନ ଥିବାରୁ ଜେଲ କ୍ୟାଣ୍ଟିନରୁ ଖାଦ୍ୟ ସାମଗ୍ରୀ ଏହି ଟଙ୍କା ଜରିଆରେ ନେଇଥିବା ଜଣାପଡ଼ିଛି।

Share