Categories: ଜାତୀୟ

‘ତ୍ରିପୁରା ସରକାରଙ୍କ ବିରୋଧରେ ଅଦାଲତଙ୍କ ଦ୍ୱାରସ୍ଥ ହେବି’

କୋଲକାତା,୨୨।୧୧: ନୂଆଦିଲ୍ଲୀ ଗସ୍ତରେ ଯାଉଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଏସ୍‌ଏଫ୍‌ର କାର୍ଯ୍ୟ ପରିସର ବୃଦ୍ଧି ପ୍ରସଙ୍ଗରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ସୋମବାର କହିଛନ୍ତି। ଏଥିସହିତ ସେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମେତ ତ୍ରିପୁରା ହିଂସା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ସୂଚନା ଦେଇଛନ୍ତି।

ସୀମାନ୍ତ ରାଜ୍ୟଗୁଡ଼ିରେ ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌)ର କାର୍ଯ୍ୟ ପରିସର ବଢ଼ାଇବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ନିକଟରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲା। ଏହାକୁ ନେଇ ପଶ୍ଚିମବଙ୍ଗରେ ଶାସକ ତୃଣମୂଳ କଂଗ୍ରେସ ଏବଂ ଭାଜପା ମଧ୍ୟରେ ରାଜନୈତିକ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ଏହା ବ୍ୟତୀତ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ଓ ତାଙ୍କ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅବମାନନା କରୁଛନ୍ତି। ସେମାନଙ୍କୁ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ହେବ। ଆଇନ ଅନୁଯାୟୀ ତ୍ରିପୁରା ସରକାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେ ଅଦାଲତଙ୍କ ଦ୍ୱାରସ୍ଥ ହେବେ ବୋଲି ମମତା କହିଛନ୍ତି।‘’

Share