Categories: ଜାତୀୟ

‘ଦଳ ଯେଉଁଠି କହିବ, ସେଠାରେ ନିର୍ବାଚନ ପ୍ରଚାର କରିବି’

ନୂଆଦିଲ୍ଲୀ,୫।୩: ଦଳ ଯେଉଁଠାରେ କହିବ ସେଇଠି ପ୍ରଚାର କରିବି ବୋଲି ଶୁକ୍ରବାର ଭେଟେରାନ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି। ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ର୍ନିବାଚନକୁ ଦୃଷ୍ଟିରେ ରଖି ସେ ଏହା ପ୍ରକାଶ କରିଛନ୍ତି। କଂଗ୍ରସର ନେତୃତ୍ୱରେ ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଥିବା ଜି-୨୩ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନ ସଭା ନିର୍ବାଚନରେ ସହଯୋଗ କରିବ ନାହିଁ ବୋଲି ଆକଳନ କରାଯାଉଥିଲା। ଆଜାଦ ଶୁକ୍ରବାର ଜାରି କରିଥିବା ବୟାନ ରାହୁଲ ଏବଂ ସୋନିଆଙ୍କୁ ଆସ୍ବସ୍ତି ଦେବ। “ଦଳ ଓ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଏବଂ କଂଗ୍ରେସର ବିଜୟକୁ ସୁନିଶ୍ଚିତ କରିବାକୁ ମୁଁ ପ୍ରାଥମିକତା ଦେବି। ଏହା ମୁଁ ଦଳର ସହକର୍ମୀଙ୍କ ତରଫରୁ କହୁଛି“ବୋଲି ପୂର୍ବତନ ରାଜ୍ୟ ସଭା ଏମ୍‌ପି କହିଛନ୍ତି।

Share