ହ୍ବିଲଚେୟାରରେ କରିବି ପ୍ରଚାର: ମମତା

କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ହସ୍ପିଟାଲରୁ ଏକ ଭିଡ଼ିଓ ଜାରି କରିଛନ୍ତି। ଏଥିରେ ମମତା କହିଛନ୍ତି ଯେ, ସେ ହ୍ବିଲ୍‌ଚେୟାରରେ ପ୍ରଚାର କରିବେ। କିନ୍ତୁ ବିରୋଧୀଙ୍କୁ ଭୟ କରିବେ ନାହିଁ। କାଲି ହୋଇଥିବା ଆକ୍ରମଣରେ ତାଙ୍କର ଗୋଡ଼ରେ ବଡ଼ ଆଘାତ ଲାଗିଛି। ତେବେ କିଛି ଦିନ ମଧ୍ୟରେ ସେ ବାହାରକୁ ଆସିବେ ଏବଂ ପ୍ରଚାର କାର୍ଯ୍ୟରେ ଯୋଗଦେବେ। ଏହା ସହିତ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସେ ରାଜ୍ୟବାସୀଙ୍କୁ ଅପିଲ୍‌ କରିଛନ୍ତି। ଏବେ ମମତାଙ୍କର ୧ ମିନିଟ୍‌ ୨୯ ସେକେଣ୍ଡର ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ ପକ୍ଷରୁ ମମତାଙ୍କ ସ୍ବାସ୍ଥ୍ୟ ବୁଲେଟିନ୍‌ ମଧ୍ୟ ଜାରି କରାଯାଇଛି। ତାଙ୍କ ବାମ ଗୋଡରେ ଆଘାତ ଲାଗିଛି। ଆଘାତ ଲାଗିଥିବା ସ୍ଥାନର ଏମ୍‌ଆର୍‌ଆଇ କରାଯାଇଥିବା ବୁଲେଟିନ୍‌ରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଳରେ ପଡିଛି ଦନ୍ତାହାତୀର ମୃତଦେହ

ପାଲଲହଡ଼ା: ଅନୁଗୋଳ ଜିଲା ସଇଡ଼ା ପଞ୍ଚାୟତ ବିଜୁସାହି ନିକଟ ନାଳରେ ମଙ୍ଗଳବାର ଏକ ଦନ୍ତାହାତୀର ମୃତଦେହ ପଡିଥିବା ଦେଖିବାକୁ ମିଳିଛି। କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ...

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା

ଭୁବନେଶ୍ୱର, ୧ା୪: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଏକ ଐତିହାସିକ ଘଟଣା ଯାହା ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ସମ୍ପନ୍ନ ହୋଇଥିଲା। ଏହା ଭାରତର...

ଭଞ୍ଜନଗରରେ ଉତ୍କଳ ଦିବସ ପାଳନ: ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭଞ୍ଜନଗର,୧।୪(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ମଙ୍ଗଳବାର ଉତ୍କଳ ଦିବସ ପାଳନ ହୋଇଯାଇଛି। ସକାଳେ ସହରର ବିଭିନ୍ନ ସ୍ଥାନରେ...

ଉତ୍କଳ ଦିବସର ଶୁଭେଚ୍ଛା: ଓଡ଼ିଆରେ ପ୍ରଧାନମନ୍ତ୍ରୀ ମୋଦି କହିଦେଲେ ଏମିତି କଥା

ନୂଆଦିଲ୍ଲୀ,୧।୪: ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ପାଳନ କରାଯାଉଛି। ପ୍ରତିଟି ଓଡ଼ିଶା ପାଇଁ ଗର୍ବ ଏବଂ ଗୌରବର ବିଷୟ। ୧୯୩୬ ମସିହା ଆଜିର ଦିନରେ...

ପ୍ରଧାନମନ୍ତ୍ରୀ ହେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ? ପ୍ରଥମଥର ମୁହଁ ଖୋଲି କହିଲେ, ମୋ ପାଇଁ ରାଜନୀତି…

ଲକ୍ଷ୍ନୌ,୧।୪: ରାଜନୈତିକ ମହଲରେ ଦାବି କରାଯାଉଛି ଯେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କେବେ ଦେଶର ପ୍ରଧାନମନ୍ତ୍ରୀ ହେବେ। ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଏହା...

ଉତ୍କଳକୁ ବିରୋଧ:କୋଶଲ ସଂଗ୍ରାମୀଙ୍କୁ ଉଠାଇ ନେଲା ପୋଲିସ

ବରଗଡ଼, ୧।୪(ପ୍ରେମାନନ୍ଦ ଖମାରୀ): ଆଜି ସାରା ରାଜ୍ୟରେ ଉତ୍କଳ ଦିବସ ଧୂମଧାମରେ ପାଳନ କରାଯାଉଛି। ତେବେ ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଦାବିରେ କୋଶଲ ସଂଗଠନ...

UAN ନମ୍ବର ବିନା ବି ଜାଣିପାରିବେ ପିଏଫ୍‌ ଆକାଉଣ୍ଟର ବାଲାନ୍ସ

ନୂଆଦିଲ୍ଲୀ,୧।୪: ଭାରତରେ ଯେତେ ବି ଲୋକ କିଛି ନା କିଛି ସଂସ୍ଥାରେ କାମ କରୁଛନ୍ତି ସମସ୍ତଙ୍କର ଏକ ପିଏଫ ଆକାଉଣ୍ଟ ଅଛି। କର୍ମଚାରୀଙ୍କ ଦରମାର ୧୨%...

ଓଡ଼ିଆ ପକ୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା, ୧୪ ଦିନ ରାଜ୍ୟବ୍ୟାପୀ ଚାଲିବ କାର୍ଯ୍ୟକ୍ରମ

ଭୁବନେଶ୍ୱର, ୧ା୪: ଆଜି ଓଡ଼ିଶା ଦିବସ ବା ଉତ୍କଳ ଦିବସ ରାଜ୍ୟରେ ବହୁ ଉତ୍ସାହର ସହିତ ସମଗ୍ର ରାଜ୍ୟରେ ପାଳନ କରାଯାଉଛି। ୧୯୩୬ ମସିହାରେ ଏହି...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image