Categories: ଜାତୀୟ

ଟିକେଟ୍‌ ମିଳିଲେ ନିଶ୍ଚିତ ଲଢିବି: ଓମପ୍ରକାଶ ଚୌତାଲା

ଚଣ୍ଡିଗଡ,୨୧।୭: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜାତୀୟ ଲୋକ ଦଳ ମୁଖ୍ୟ ଓମପ୍ରକାଶ ଚୌତାଲା ୨୦୨୪ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ଏହା ପୂର୍ବରୁ ୮୮ ବର୍ଷୀୟ ଓମପ୍ରକାଶ କହିଛନ୍ତି ଯେ, ନିର୍ବାଚନ ଲଢିବାକୁ କିଏ ଚାହେଁ ନାହିଁ? ଯଦି ମୋ ଦଳ ଟିକେଟ ଦିଏ, ମୁଁ ନିଶ୍ଚିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି।
ବିରୋଧୀ ସାମ୍ମୁଖ୍ୟ ‘ଇଣ୍ଡିଆ’ ଉପରେ ଓମପ୍ରକାଶ ମୁଖ୍ୟ କହିଛନ୍ତି ଯେ, ଭାଜପା ନେତୃତ୍ୱାଧୀନ ସରକାର ବିରୋଧରେ ଗଠିତ ଗୋଷ୍ଠୀରେ ସମସ୍ତ ଦଳ ଯୋଗଦେବା ଉଚିତ୍‌। ପରିବର୍ତ୍ତନ ନିଶ୍ଚିତ ରୂପେ ଆସିବ ଏବଂ ପରିସ୍ଥିତି ବଦଳିଯିବ। ଏହି ସରକାରର ଦୁର୍ନୀତି ଶେଷ ହେବ ଏବଂ ଏକ ଭଲ ସରକାର ଗଠନ ହେବ।

Share