Categories: ଜାତୀୟ

ଜୀବନ ଦେଇଦେବି ପଛେ ପଶ୍ଚିମବଙ୍ଗର ବିଭାଜନ ହେବାକୁ ଦେବିନି, କହିଲେ ମମତା…

କୋଲକାତା, ୭।୬ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ଅଧ୍ୟକ୍ଷା ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରଛନ୍ତି। ସେ କହିଛନ୍ତି ଯେ ମୁଁ ମୋ ଜୀବନ ଦେବି ପଛେ କିନ୍ତୁ ଭାଜପାକୁ ପଶ୍ଚିମବଙ୍ଗକୁ ବିଭାଜନ କରିବାକୁ ଦେବି ନାହିଁ। ସେ କହିଛନ୍ତି ଯେ ତୁମେ ମୋତେ ଧମକ ଦେଇ ପାରିବ, ମୋ ଛାତିରେ ବନ୍ଧୁକ ଲଗାଇବ ଏବଂ ତଥାପି ମୁଁ ଏକ ମିଳିତ ପଶ୍ଚିମବଙ୍ଗ ପାଇଁ ଯୁଦ୍ଧ ଜାରି ରଖିବି ।

ମମତା ବାନାର୍ଜୀ କହିଛନ୍ତି ଯେ କିଛି ଲୋକ ମୋତେ ଧମକ ଦେଉଛନ୍ତି, ମୁଁ ସେମାନଙ୍କୁ ଭୟ କରୁ ନାହିଁ।
ଭାଜପା ୨୦୨୪ ଲୋକ ସଭା ନିର୍ବାଚନ ଲାଗି ଏଭଳି ଜାଣିଶୁଣି କରୁଥିବା ସେ ଅଭିଯୋଗ କରିଛନ୍ତି। ଭାଜପା ଗୋର୍ଖାଲାଣ୍ଡ ଏବଂ ଉତ୍ତରବଙ୍ଗ ଗଠନ ନେଇ ଯୋଜନା ପ୍ରସ୍ତୁତ କରୁଛି। କିନ୍ତୁ ଏହାକୁ ସଫଳ ହେବାକୁ ଦିଆଯିବ ନାହିଁ ବୋଲି ମମତା କହିଛନ୍ତି।

ଅଲିପୁରଦ୍ୱାରରେ ମଙ୍ଗଳବାର ଏକ ଦଳୀୟ ବୈଠକରେ ମମତା ଏଭଳି କହିଛନ୍ତି। ରବିବାର କାମତାପୁର ଲିବରେଶନ ଅର୍ଗାନାଇଜେଶନର ମୁଖ୍ୟ ଜୀବନ ସିଂ କାaମତାପୁରକୁ ଏକ ଅଲଗା ରାଜ୍ୟରେ ପରିଣତ କରିବା ନେଇ ମମତାଙ୍କ ପାଖକୁ ଏକ ଭିଡ଼ିଓ ମେସେଜ ପଠାଇବା ପରେ ଚେତାବନୀ ନେଇ ମମତା ଏଭଳି ଉତ୍ତର ଦେଇଛନ୍ତି।

Share