Categories: ଜାତୀୟ

ଆବଶ୍ୟକ ପଡ଼ିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବି: ଅଧୀର ରଞ୍ଜନ…

ନୂଆଦିଲ୍ଲୀ,୧୨।୮ : ଅସାମ୍ବିଧାନିକ ଆଚରଣ କାରଣରୁ ଲୋକସଭାରୁ ନିଲମ୍ବିତ ହେବାର ଗୋଟିଏ ଦିନ ପରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଶନିବାର କହିଛନ୍ତି ତାଙ୍କ ମନ୍ତବ୍ୟ କାହାକୁ ଆଘାତ ଦେବା ପାଇଁ ଉଦ୍ଦିଷ୍ଟ ନୁହେଁ। ସେ ସ୍ପଷ୍ଟ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ଆବଶ୍ୟକ ହେଲେ ସେ ଏନେଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ । ଚ କାହାକୁ ଆଘାତ ଦେବା ନୁହେଁ ବରଂ ନିଜର ଆଭିମୁଖ୍ୟ ପ୍ରକାଶ କରିବା ପାଇଁ ତାହା କହିଥିଲି ବୋଲି ଜଣମାଧ୍ୟମକୁ କହିଛନ୍ତି।

ବାସ୍ତବରେ, ମଣିପୁର ହିଂସା ଉପରେ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ବେଳେ ଅଧୀର ରଞ୍ଜନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୁଳନା ପଳାତକ ବିଲିୟନେୟାର ନିରବ ମୋଦି ଏବଂ ମହାଭାରତର ଧୃତରାଷ୍ଟ୍ରଙ୍କ ସହିତ କରିଥିଲେ। ଏନେଇ ଉତ୍ତଜନା ପ୍ରକାଶ ପାଇବା ପରେ ତାଙ୍କ ମନ୍ତବ୍ୟକୁ ଗୃହର ରେକର୍ଡରୁ ହଟାଇ ଦିଆଯାଇଥିଲା।

ଏହା ଏକ ନୂଆ ଘଟଣା ଯାହା ସଂସଦରେ ମୋର କ୍ୟାରିଅରରେ ପୂର୍ବରୁ କେବେ ଏଭଳି ମୁଁ ଅନୁଭବ କରିନାହିଁ। ବିରୋଧୀଦଳର ସ୍ବରକୁ ଦମନ କରିବା ପାଇଁ ଏହା ଶାସକ ଦଳ ଦ୍ୱାରା ଏକ ସୁଚିନ୍ତିତ ଯୋଜନା, ଏହା ସଂସଦୀୟ ଗଣତନ୍ତ୍ରର ଭାବନାକୁ ଦୁର୍ବଳ କରିବା ଲାଗି କରାଯାଇଛି।

ଏହା ଗଣତନ୍ତ୍ରର ବିରୁଦ୍ଧରେ ଅଟେ। । ବିଜେପି ନେତା ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଏକ ସଂକଳ୍ପ ପାରିତ ହେବା ପରେ ଅଧୀର ରଞ୍ଜନଙ୍କୁ ନିଲମ୍ବିତ କରାଯାଇଥିଲା। ଅଧିକାର କମିଟି ଏହାର ରିପୋର୍ଟ ଦାଖଲ ନ କରିବା ପର୍ଯ୍ୟନ୍ତ ସେ ନିଲମ୍ବିତ ରହିବେ। ଏହି ସମୟରେ, ରାଜ୍ୟସଭାରେ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ବିରୋଧୀଦଳର ନେତା ମଲ୍ଲିକାର୍ଜୁନ ଖାର୍ଗେ କହିଛନ୍ତି ଏଭଳି ନିଲମ୍ବନ ଯୁକ୍ତିଯୁକ୍ତ ନୁହେଁ। ତାଙ୍କୁ ସୁରକ୍ଷା ପ୍ରଦାନ କରି ଖାର୍ଗେ ଦାବି କରିଛନ୍ତି ଅଧୀର ରଞ୍ଜନ କେବଳ ନିରବ ମୋଦି କହିଛନ୍ତି । ନିରବ ଅର୍ଥ ହେଉଛି ଶାନ୍ତ। ଏହା ଦ୍ୱାରା ଗୃହର ମର୍ଯ୍ୟାଦା ହାନୀ ହୋଇ ନାହିଁ।

Share