‘ସୁଯୋଗ ମିଳିଲେ କନ୍ଧମାଳରେ ଶିିକ୍ଷାର ଉନ୍ନତି କରିବି’

ଫୁଲବାଣୀ, ୧ା୮ (ରାକେଶ କୁମାର ରାଉତ):କନ୍ଧମାଳ ଜିଲା ଟିକାବାଲି ବ୍ଲକର ଶୁଚିସ୍ମିତା ପାଣିଗ୍ରାହୀ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ସେ ୨ନଂ ର଼୍ୟାଙ୍କରେ ରହିଛନ୍ତି। ଟିକାବାଲିସ୍ଥିତ ଆଖଣ୍ଡଳମଣି ସାହିର ପ୍ରଫୁଲ ଚନ୍ଦ୍ର ପାଣିଗ୍ରାହୀଙ୍କ ଝିଅ ଶୁଚିସ୍ମିତା ଓଡିଶା ଶିକ୍ଷା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ ୨ଭୁବନେଶ୍ୱରରେ କାର୍ଯ୍ୟ କରୁଥିଲେ। ଟିକାବାଲି ସରସ୍ବତୀ ଶିଶୁ ମନ୍ଦିରରୁ ଶିକ୍ଷା ଆରମ୍ଭ କରି ଜଣେ ମେଧାବୀ ଛାତ୍ରୀ ଭାବେ ନିଜ ପରିଚୟ ସୃଷ୍ଟି କରିଥିଲେ। ୨୦୦୭ରେ ଫୁଲବାଣୀ ତୁଡ଼ିପାଜୁ ନବୋଦୟ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିଏସ୍‌ସି ପଢ଼ିଥିଲେ। ଏହାପରେ ପିଜି କରିଥିଲେ। ମା’ ସୁପ୍ରଭା ପାତ୍ର ଜଣେ ଶିକ୍ଷୟିତ୍ରୀ। ପଢ଼ିବାରେ ସେ ଅନେକ ପ୍ରେରଣା ଏବଂ ଉତ୍ସାହ ଦେଇଥିବା ଶୁଚିସ୍ମିତା କହିଛନ୍ତି। ସୁଯୋଗ ମିଳିଲେ କନ୍ଧମାଳ ଜିଲାରେ ବିଶେଷ କରି ଶିିକ୍ଷାର ଉନ୍ନତି ଦିଗରେ ଦୃଷ୍ଟି ଦେବି ବୋଲି କହିଛନ୍ତି।