ମୁଖ୍ୟମନ୍ତ୍ରୀଙ୍କ ବ୍ଲାଙ୍କ୍‌ ଚେକ୍‌ କଟକର ବିକାଶ ପାଇଁ ବିନିଯୋଗ କରିବି

୨୦ ବର୍ଷରୁ ଅଧିକ ହେବ ରାଜନୀତି, କଟକର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ସହ ଜଡିତ ରହିଛନ୍ତି ପ୍ରକାଶ ବେହେରା। ପୂର୍ବରୁ ସେ ସାଲେପୁରର ବିଧାୟକ ଥିଲେ। ୧୮ବର୍ଷ ବୟସରେ ଟ୍ରେଡ୍‌ ୟୁନିୟନରେ ସାମିଲ ହୋଇ ନିଜର ସାମାଜିକ ଯାତ୍ରା ଆରମ୍ଭ କରିଥିଲେ। ଚଳିତ ନିର୍ବାଚନରେ ସେ ବାରବାଟୀ-କଟକ ବିଧାନସଭାମଣ୍ଡଳୀ ପାଇଁ ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇଛନ୍ତି। ନିର୍ବାଚନ ପ୍ରସଙ୍ଗ ଓ ସ୍ବପ୍ନ ସମ୍ପର୍କରେ ପ୍ରକାଶଙ୍କ ମୁହଁରୁ କିଛି କଥା…

ବିକାଶକୁ ନେଇ ଆପଣଙ୍କ ଯୋଜନା କ’ଣ ରହିଛି?
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକର ବହୁ ବିକାଶ କରିଛନ୍ତି। କଟକ ହେଉଛି ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ଏବଂ କଟକ ପାଇଁ ତାଙ୍କର ବହୁତ ଭଲ ପାଇବା ରହିଛି। କଟକ ଯାହା ଆଜି ଚିନ୍ତା କରେ ଓଡ଼ିଶା ତାହା କାଲି ଚିନ୍ତା କରେ। ସେଥିପାଇଁ ନିଆରା ସହର ରହିଛି କଟକ ସହର। କଟକରେ ଏବେ ୧୦ ହଜାର କୋଟି ଟଙ୍କା ବ୍ୟୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରାଯାଉଛି। ଆହୁରି ଅନେକ କିଛି କରିବାର ଅଛି କଟକ ମାଟି ପାଇଁ। ନିର୍ବାଚନ ଜିତିଲେ ସିଡିଏରେ ଫ୍ରି ହୋଲ୍ଡ ସମସ୍ୟାକୁ ଶହେ ଦିନ ଭିତରେ ସମାଧାନ କରିବି। ଏହାସହ ସିଡିଏ ଅଞ୍ଚଳରେ ଡ୍ରେନେଜ୍‌ ଓ ସ୍ବେରେଜ୍‌ ବ୍ୟବସ୍ଥାର ଆଧୁନିକୀକରଣ କରାଯିବ। ଜୁଡିସିଆଲ ଏକାଡେମୀ ଭଳି ଆଇନଜୀବୀଙ୍କ ପାଇଁ ଆଡ୍‌ଭୋକେଟ୍‌ ଏକାଡେମୀ ସ୍ଥାପନ କରାଯିବ। ଗଡ଼ଖାଇ ପୁନଃରୁଦ୍ଧାର ଓ ପର୍ଯ୍ୟଟନସ୍ଥଳର ରୂପ ଦେବା। ବାଲିଯାତ୍ରାକୁ ଜାତୀୟ ମାନ୍ୟତା ପ୍ରଦାନ ପାଇଁ ପ୍ରୟାସ। ଦହିବରାକୁ ଜି-ଆଇ ଟ୍ୟାଗ୍‌, ସର୍ବଧର୍ମ ସମନ୍ବୟର ପ୍ରତୀକ ଭାବେ କମ୍ୟୁନିଟି ହଲ୍‌ ନିର୍ମାଣ, ଊର୍ଦ୍ଦୁ ପାଠାଗାରର ପୁନରୁଦ୍ଧାର, ଯୁବତୀଯୁବକଙ୍କ ପାଇଁ ବୃତ୍ତିଗତ ତାଲିମ ବ୍ୟବସ୍ଥା, କ୍ରୀଡ଼ା ଓ ଶିକ୍ଷା କ୍ଷେତ୍ରରେ କଟକକୁ ଗୁରୁତ୍ୱ ଦିଆଯିବ। ଆଗାମୀ ଦିନରେ ଯେଭଳି ଗୋଟିଏ ବି ସରକାରୀ କାର୍ଯ୍ୟାଳୟ କଟକରୁ ସ୍ଥାନାନ୍ତର ନ ହେବ, ସେଥିପାଇଁ ସମସ୍ତ ଉଦ୍ୟମ କରିବି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ମୁଖ୍ୟମନ୍ତ୍ରୀ କଟକର ବିକାଶ ପାଇଁ ବ୍ଲାଙ୍କ୍‌ ଚେକ୍‌ ଦେଇଛନ୍ତି ତାହାକୁ ବିକାଶ କ୍ଷେତ୍ରରେ ବିନିଯୋଗ କରିବି।
ନିଜ ସପକ୍ଷରେ କ’ଣ କହିବାକୁ ଚାହିଁବେ?
ଗତ ପାଞ୍ଚ ବର୍ଷ ମଧ୍ୟରେ କଟକରେ ସେଭଳି କିଛି ଆଖିଦୃଶିଆ କାର୍ଯ୍ୟ ହୋଇନାହିଁ। କଟକରେ ରହିଥିବା ଛୋଟ ଛୋଟ ସମସ୍ୟାକୁ ନିର୍ବାଚନ ଜିତିବା ପରେ ସମାଧାନ କରିବି। ଏଥିସହ କଟକରେ ଯେଉଁ କାର୍ଯ୍ୟ ଓ ବିକାଶ ଅଧାରେ ରହିଛି ତାହାକୁ ସମ୍ପୂର୍ଣ୍ଣ କରିବି।
କହୁଛନ୍ତି ଆପଣ କଟକର ନୁହନ୍ତି, ଭୋଟର ଆପଣଙ୍କୁ କାହିଁକି ସମର୍ଥନ କରିବେ ବୋଲି ଭାବୁଛନ୍ତି?
ବିରୋଧୀ ଦଳ କୁଚିନ୍ତାଧାରା ରଖିଛି। ଭୋଟର କେବେ ବି ଏସବୁ ଭାବି ନାହାନ୍ତି। ଭୋଟରଙ୍କ ପାଖକୁ ଯାଉଛି ଏବଂ ଖୁବ୍‌ ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ପାଉଛି। ଭୋଟର ହୃଦୟରୁ ମୋତେ ଗ୍ରହଣ କରୁଛନ୍ତି। ମୋ ଘର କଟକ ମାଛୁଆବଜାର। ସେଠାରେ ମୋ ଜନ୍ମ, କଟକରେ ପଢ଼ିଛି ଓ ବଢିଛି ମୋ ପୈତୃକ ଘର ମାଛୁଆବଜାରରୁ ସର୍ବପ୍ରଥମେ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲି। ବିରୋଧୀଙ୍କ ମନରେ ଏକ ଭୟ ରହିଛି।
କ’ଣ ସବୁ ପ୍ରତିଶ୍ରୁତି ଦେବେ?
ପ୍ରତିଶ୍ରୁତି ସମସ୍ତେ ଦେଇଥାନ୍ତି। ତାହାକୁ କେବଳ କଥାରେ ନୁହେଁ, କାମରେ କରିବା ଆବଶ୍ୟକ। କଟକରେ ବହୁ କିଛି ବିକାଶ ପାଇଁ କରିବା ଯୋଜନା ରଖିଛି। କଟକବାସୀଙ୍କର ଅନେକ ସମସ୍ୟା ରହିଛି। ନିର୍ବାଚନ ଜିତିବା ପରେ ତାହାର ସମାଧାନ ଉପରେ ଗୁରୁତ୍ୱ ଦେବି।
ସହିତ କାହାର ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ଭାବୁଛନ୍ତି?
ବିଜେଡି ସର୍ବଦା ଏକ ନମ୍ବର ରହିଆସିଛି। ଅନ୍ୟ ବିରୋଧୀ ଦଳ ୨ ନମ୍ବରରେ ରହିବେ। ସେଥିପାଇଁ ବିରୋଧୀ ଦଳର ପ୍ରାର୍ଥୀମାନେ ଏବେ ପ୍ରତିଦ୍ୱନ୍ଦିତା କରୁଛନ୍ତି। ରାଜନୀତିରେ ପ୍ରତିଦ୍ୱନ୍ଦ୍ୱୀ ରହିବା ସ୍ବାଭାବିକ୍‌, କିନ୍ତୁ ରାଜନୀତି କିଏ କେତେ ଦୂର ଭଲ ଭାବେ କରିପାରିବ ତାହା ସବୁଠୁ ବଡ଼ ପ୍ରଶ୍ନ? ୨୦ ବର୍ଷରୁ ଅଧିକ ସମୟ ହେବ ମୁଁ ରାଜନୀତିରେ ଜଡିତ ରହି ଲୋକଙ୍କ ପାଇଁ କାମ କରିଆସୁଛି। ସବୁ ସମୟରେ ଲୋକଙ୍କ ସହ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଯା’ liver ଦେଇ ବି ବଞ୍ଚିଲେନି ସାନ, ଅସ୍ତ୍ରୋପଚାର ସମୟରେ ଡାକ୍ତର କାଟି ଦେଇଥିଲେ…

ସମ୍ବଲପୁର,୨୨ା୨(ପ୍ରମୋଦ ବହିଦାର): ଲିଭର ବା ଯକୃତ ପ୍ରତିରୋପଣ ସତ୍ତ୍ବେ ଜୀବିତ ରହି ପାରିଲେ ନାହିଁ ମହିଳା। ଶୁକ୍ରବାର ରାତିରେ ଡାକ୍ତରଙ୍କ ବହୁ ଚେଷ୍ଟା ସତ୍ତ୍ବେ ହାଇଦ୍ରାବାଦର...

ଦୁଇ ATM ଭାଙ୍ଗିଲେ ଦୁର୍ବୃତ୍ତ: ସାଇରନ ବାଜିବାରୁ…

ସାବରଙ୍ଗ,୨୨ା୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ କଲେଜ ରୋଡ୍‌ରେ ଥିବା ଦୁଇଟି ଏଟିଏମ୍‌ ଭାଙ୍ଗି ଲୁଟ୍‌ ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ। ଏଠାରେ ଥିବା...

ଧାନ ଉଠାଣ ବିଳମ୍ବ ନେଇ ରାସ୍ତାରେ ବସିଲେ ଚାଷୀ, ଯାନବାହନ ଚଳାଚଳ ବ୍ୟାହତ

ନୀଳଗିରି,୨୨ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ବାଲେଶ୍ବର ଜିଲା ନୀଳଗିରି ବ୍ଲକ ମାଟିଆଳି ବହୁମୁଖୀ ସମବାୟ ସମିତି ଲିଃ ଅନ୍ତର୍ଗତ ଛତ୍ରପୁର ଶାଖାରେ ଧାନକିଣାରେ ପ୍ରିୟାପ୍ରୀତି ପୋଷଣ ସହ...

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଦୁଇ ଚାଳକ ଗୁରୁତର

ସାବରଙ୍ଗ,୨୨।୨(କାଳିପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ବାଲିମୁଣ୍ଡା ପଞ୍ଚାୟତର ବଡ଼ହାବେଳୀ ସାହିଠାରେ ଶନିବାର ସକାଳ ୧୧ଟାବେଳେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି।...

ରାସ୍ତାକଡ଼ ଦୋକାନୀଙ୍କଠାରୁ ଜରିମାନା କଟିଲା ପୋଲିସ

ଭଦ୍ରକ,୨୨।୨(ସନାତନ ରାଉତ): ଭଦ୍ରକ ସହର ମୁଖ୍ୟ ରାସ୍ତାପାର୍ଶ୍ୱରୁ ଉଠା ଦୋକାନୀମାନଙ୍କୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯିବା ପରେ ଏବେ ପୁଣି ରାସ୍ତା ପାର୍ଶ୍ୱ କବ୍ଜା କରିଥିଲେ...

ଦରମା ନ ପାଇ ମୂଲ ଲାଗିବାକୁ ଛୁଟି ମାଗିଥିଲେ ଶିକ୍ଷକ, ଖବର ପ୍ରସାରଣ ପରେ ମିଳିଲା ଦରମା

ବଲାଙ୍ଗୀର,୨୨ା୨(ବୀରେନ୍ଦ୍ର କୁମାର ଝାଙ୍କର): ୩ ମାସ ହେଲା ଦରମା ମିଳୁ ନ ଥିବାରୁ ଜଣେ ସହକାରୀ ଶିକ୍ଷକ ମୂଲ ଲାଗିବାକୁ ଯିବେ ବୋଲି ପ୍ରଧାନଶିକ୍ଷକଙ୍କୁ ଛୁଟି...

ଜନସେବାରୁ ରାଜନୈତିକ ସଫଳତା ମିଳିଛି: ସୁଦର୍ଶନ

ସମ୍ବଲପୁର ଜିଲା ରେଙ୍ଗାଲି ବିଧାନସଭା ସଂରକ୍ଷିତ ଆସନରୁ ପ୍ରଥମ ଥର ପାଇଁ ସୁଦର୍ଶନ ହରିପାଲ ବିଧାୟକ ହୋଇଛନ୍ତି। ବିଜେଡି ଟିକେଟରୁ ଲଢ଼ି ସେ ତାଙ୍କ ନିକଟତମ...

ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ଭ୍ରମିତ କରୁଛି ଆନ୍ଧ୍ର : ସମସ୍ୟାର ଶୀଘ୍ର ସମାଧାନ ପ୍ରତିଶ୍ରୁତି ଦେଲା ପ୍ରଶାସନ

ପଟ୍ଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧିନ କୋଟିଆ ପଞ୍ଚାୟତକୁ କିଛି ଦିନ ହେବ ଆନ୍ଧ୍ରର ସିପିଆଇଏମ୍‌ ଦଳ ବାରମ୍ବାର ଅନୁପ୍ରବେଶ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image