ପୁଣେ,୬।୩: ମହାରାଷ୍ଟ୍ରର ଅମରାବତୀ ଲୋକ ସଭା ଏମ୍ପି ନବନୀତ୍ ରାଣା (ସ୍ବାଧୀନ)ଙ୍କୁ ହତ୍ୟା ଧମକ ଦିଆଯାଇଛି। ସୋସିଆଲ ମିଡିଆ ହ୍ବାଟ୍ସଆପ ମେସେଜ୍ ଏବଂ ଅଡିଓ କ୍ଲିପ ମାଧ୍ୟମରେ ତାଙ୍କୁ ଏହି ଧମକ ଦିଆଯାଇଛି। ଅଡିଓ କ୍ଲିପ୍ ଜରିଆରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି। ପ୍ରକାଶ ଥାଉକି, ଅଭିଯୋଗ ପରେ ବୁଧବାର ପୋଲିସ ଧାରା ୩୫୪, ୩୫୪ଏ ଡି, ୫୦୬ (୨) ଏବଂ ୬୭ ଅଧୀନରେ ଏକ ମାମଲା ରୁଜୁ ହୋଇଛି।
ଉଲ୍ଲେଖଥାଉ କି, ଏହା ପ୍ରଥମ ଥର ନୁହେଁ, ନବନୀତ୍ ହତ୍ୟା ଧମକ ମିଳିଛି। ଏହାପୂର୍ବରୁ ତାଙ୍କୁ ଅଗଷ୍ଟ ୨୦୨୩ରେ ଫୋନରେ ଧମକ ଦିଆଯାଇଛି। ଏହା ପରେ ମହାରାଷ୍ଟ୍ର ପୋଲିସ ଭିଠଲ ରା ନାମକ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।