ଭାରତୀୟ ଟେଷ୍ଟ କ୍ରିକେଟ ଦଳର ସଦସ୍ୟ ଚେତେଶ୍ୱର ପୂଜାରା ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲରଙ୍କ ସମ୍ମୁଖରେ ପାଚେରୀ ଭାବରେ ଠିଆ ହୋଇଥିଲେ। ବ୍ରିସବେନରେ ଖେଳାଯାଇଥିବା ଶେଷ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲୀୟ ବୋଲରମାନେ ତାଙ୍କ ଶରୀରକୁ ବାଉନସର ପକାଇଥିଲେ। କିନ୍ତୁ ପୂଜାରା ଦୃଢ଼ ରହିଥିଲେ। ପୂଜାରାଙ୍କ ଏକ ଡଜନରୁ ଅଧିକ ବଲରେ ଆଘାତ ପାଇଥିଲେ କିନ୍ତୁ ତାଙ୍କର ସଂକଳ୍ପ ଭାଙ୍ଗି ନ ଥିଲା। ଚତୁର୍ଥ ଇନିଂସରେ ପୂଜାରା ୨୦୦ରୁ ଅଧିକ ବଲ ଖେଳିଥିଲେ। ଭାରତ ଏହି ମ୍ୟାଚ୍ ଜିତି ୨-୧ରେ ସିରିଜ୍ ଜିତିଥିଲା। ସିରିଜ୍ ଜିତିବା ପରେ ଖେଳାଳିମାନେ ସ୍ବଦେଶ ଫେରିଛନ୍ତି। ଏକ ସାକ୍ଷାତକାରରେ ପୂଜାରା କହିଛନ୍ତି, ମ୍ୟାଚ୍ରେ ଏତେ ଆଘାତ ପାଇବା ପରେ ମୋ ୨ ବର୍ଷର ଝିଅ ଅଦିତିଙ୍କୁ ବହୁତ କଷ୍ଟ ହେଉଥିଲା। ସେ ଘଷର ସବୁବେଳେ କହୁଥିଲେ ପାପା ଆସିଲେ ମୁଁ ତାଙ୍କର ସେହି ସ୍ଥାନକୁ କିସ୍ କରିବି ତା’ପରେ ଭଲ ହୋଇଯିବ।