Categories: ଜାତୀୟ

‘ଆହୁରି ୧୫ ବର୍ଷ ବଞ୍ଚିବି’

ଧର୍ମଶାଳା,୮।୪: ତିବ୍ଦତୀୟ ଧର୍ମଗୁରୁ ନେତା ଦଲାଇ ଲାମା ହିମାଚଳ ପ୍ରଦେଶର ମ୍ୟାକ୍‌ଲିଓଡଗଞ୍ଜର ମୁଖ୍ୟ ବୌଦ୍ଧ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ୨୫ତମ ଶୋଟନ ମହୋତ୍ସବରେ ଯୋଗ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି, ମୋର ବୟସ ଏବେ ପ୍ରାୟ ୮୭ ବର୍ଷ। କିନ୍ତୁ ଏକ ଭବିଷ୍ୟବାଣୀ ଅନୁଯାୟୀ, ମୁଁ ଆଉ ଦଶ କିମ୍ବା ପନ୍ଦର ବର୍ଷ ବଞ୍ଚିପାରେ। ମୁଁ ମୋର ଚେଷ୍ଟା କରିବି, କିନ୍ତୁ ମୁଁ ତୁମ ସମସ୍ତଙ୍କୁ ମଧ୍ୟ କଠିନ ପରିଶ୍ରମ କରିବାକୁ ଅନୁରୋଧ କରୁଛି। ଆମକୁ ସୁସ୍ଥ ରହିବା ଏବଂ ଆମ ପିଲାମାନଙ୍କୁ ସୁସ୍ଥ ରଖିବା ଆବଶ୍ୟକ। କାରଣ ଏହି ପିଲାମାନେ ହିଁ ଆମର ସଂସ୍କୃତି ଏବଂ ପରମ୍ପରାକୁ ଆଗକୁ ବଢାଇ ପାରିବେ।
ଏହି ସମ୍ମିଳନୀରେ ଆଠଟି ଅପେରା ଗ୍ରୁପର ୨୬୦ ପ୍ରତିନିଧୀ ଏବଂ ମଧ୍ୟମାର୍ଗର ୭୦ ଜଣ ପ୍ରତିନିଧୀ ଯୋଗ ଦେଇଥିଲେ।

Share