ଜୀବନ ସାରା ଭୁଲିବି ନାହିଁ ଓଡ଼ିଶାବାସୀଙ୍କ ଆଶୀର୍ବାଦର ଋଣ: ମୋଦି

ନୂଆଦିଲ୍ଲୀ/କନ୍ଧମାଳ,୧୧।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ କନ୍ଧମାଳରେ ପହଞ୍ଚିଛନ୍ତି। ସେଠାରେ ସେ ଲୋକଙ୍କୁ ସମ୍ବୋଧିତ କରିବାବେଳେ କହିଛନ୍ତି ଯେ ଆଜି ମୁଁ ନିଜକୁ ସୌଭାଗ୍ୟବାନ ମନେକରୁଛି ଯେ ମୁଁ କନ୍ଧମାଳକୁ ଆସିବା ମାତ୍ରେ ମୋତେ ଏପରି ଆଶୀର୍ବାଦ ମିଳିଛି, ଯାହା ମୁଁ ସାରା ଜୀବନ ଭୁଲି ପାରିବି ନାହିଁ। ଏହି ଆଶୀର୍ବାଦ ସମଗ୍ର ଦେଶରେ ଘଟୁଥିବା ପରିବର୍ତ୍ତନର ପ୍ରକୃତ ଉଦାହରଣ। ସେ କହିଛନ୍ତି ମୁଁ ଓଡ଼ିଶାବାସୀଙ୍କ ନିକଟରେ ଋଣୀ। ମୁଁ ଆପଣମାନଙ୍କୁ ନିଶ୍ଚିତ କରୁଛି ଯେ କଠିନ ପରିଶ୍ରମ କରି ଦେଶ ସେବା କରି ମୁଁ ଆପଣଙ୍କ ପ୍ରେମ ଏବଂ ଆଶୀର୍ବାଦର ଏହି ଋଣ ପରିଶୋଧ କରିବ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୬ ବର୍ଷ ପୂର୍ବେ ଏହି ଦିନ ଅଟଳ ବିହାରୀ ବାଜପେୟୀଙ୍କ ସରକାର ପୋଖରାନରେ ଆଣବିକ ପରୀକ୍ଷଣ କରିଥିଲେ ଏବଂ ଆମେ ଦର୍ଶାଇଥିଲୁ ଯେ ଦେଶପ୍ରେମ ସହ ଜଡିତ ସରକାର ଜାତୀୟ ସ୍ବାର୍ଥ, ଦେଶର ସୁରକ୍ଷା, ଦେଶବାସୀଙ୍କ ଆଶା ଏବଂ ଆକାଂକ୍ଷା ପାଇଁ କେମିତି କାମ କରେ।

Share