Categories: ଫୁରସତ

କେବେ ବି କରିବିନି ସେଭିଂ…କିଛି ଏଭଳି ଜିଦ୍‌ରେ ବେଫିକର ବୁଲନ୍ତି ଏହି ମହିଳା

ପୁରୁଷ ମାନଙ୍କ ଭଳି ରହିଛି ଦାଢ଼ି ଆଉ ନିଶ। ହେଲେ କେବେହଲେ ଶେଭିଂ ହେବେ ନାହିଁ ବୋଲି ନେଇଛନ୍ତି ନିଷ୍ପତ୍ତି। ଲୋକମାନେ ତାଙ୍କ ବିଷୟରେ ଯାହା ଭାବୁଛନ୍ତି ଭାବନ୍ତୁ। ହେଲେ ତାଙ୍କୁ ଫରକ ପଡେ ନାହିଁ। ଏହା ତାଙ୍କ ବ୍ୟକ୍ତିତ୍ୱ ବୋଲି ମାନିନେଇଛନ୍ତି ଲାରା ପର୍କିନ୍ସ।

ପର୍କିନ୍ସ ଆମେରିକାର କାଲିଫର୍ନିଆର ବାସିନ୍ଦା। ତାଙ୍କ ମୁହଁରେ ପୁରୁଷଙ୍କ ଭଳି ନିଶ ଦାଢ଼ି ବଢ଼ିଥାଏ। ଏହାକୁ ନେଇ ତାଙ୍କୁ ଅନେକେ ଟ୍ରୋଲ କରିଥାନ୍ତି। ହେଲେ ପର୍କିସ ସେସବୁକୁ ଖାତିର ନ କରି ନିଜ ଇଚ୍ଛା ଅନୁସାରେ ଜୀବନ ଜିଇଁବାକୁ କହିଛନ୍ତି। ସେ କୁହନ୍ତି, ମହିଳାଙ୍କ ଦାଢ଼ି-ନିଶ ହେବା ସାମାନ୍ୟ କଥା ନୁହେଁ। ହେଲେ ଯଦି କାହାର ସେଭଳି ହେଉଛି ତେବେ ତାଙ୍କୁ ସମ୍ମାନ ମିଳିବା ଉଚିତ। କାରଣ ସେ ତାର ସେଇଟା ଅଧିକାର। ସେ ନିଜକୁ ଭଲ ପାଇବା ଶିଖିଛନ୍ତି। ଯେମିତି ମୁଁ, ବହୁତ ଭଲ। ଆଉ କାହାକୁ ବିଚାରପତି ହେବା ଉଚିତ ନୁହେଁ।

ପର୍କିସଙ୍କୁ ପିଲାଦିନେ ପଲିସିଷ୍ଟିକ୍‌ ଓଭାରୀ ସିନ୍‌ଡ୍ରୋମ୍‌ ହୋଇଥିଲା। ଯାହାକୁ ସାଧାରଣ ଭାଷାରେ ପିସିଓଏସ୍‌ କୁହାଯାଏ। ଏହି ରୋଗ କାରଣରୁ ତାଙ୍କ ମୁହଁରେ ପୁରୁଷଙ୍କ ଭଳି ଦାଢ଼ି ନିଶ ଉଠିଥାଏ। ପୁରୁଷ ହରମୋନ୍‌ ଆନ୍‌ଡ୍ରୋଜେନ ବଢ଼ିବା ଯୋଗୁ ତାଙ୍କ କେଶର ଗ୍ରୋଥ ମଧ୍ୟ ବଢ଼ି ଯାଇଥିଲା। ଏଥିଲାଗି ପିଲାଟି ଦିନରୁ ତାଙ୍କୁ ବହୁତ କିଛି ସହିବାକୁ ପଡ଼ିଛି। ହେଲେ ପରେ ସେ ଏହାକୁ ନିଜର ଜୀବନ ବୋଲି ଭାବି ନେଇଥିଲେ। ନିଜ ଖୁସିରେ ଜୀବନ ବିତାଇବାକୁ ଚାହିଁଥିଲେ। ସେ ଏବେ ନିଜର ଏକ ପୋଷାକ ବ୍ରାଣ୍ଡ ଲଞ୍ଚ କରିଛନ୍ତି। ଏହା ଜରିଆରେ ସେ ଅନେକ ପ୍ରକାର ମହିଳାଙ୍କୁ ଇନ୍‌ସ୍ପାୟର କରିବାକୁ ଚାହାନ୍ତି।

Share