ମୁଁ ଆର୍‌ଟିପିସିଆର ଟେଷ୍ଟ କରିବିନି କହିଲେ ଯୁବତୀ, ଷ୍ଟେଶନରେ କଲେ ଏମିତି ହଙ୍ଗାମା; ଭିଡିଓ ଭାଇରାଲ

ଜୟପୁର,୨୧।୪: ପୋଲିସ ସହ ସାଧାରଣ ଜନତାଙ୍କ ଯୁକ୍ତିତର୍କ, ମାଡ଼ପିଟ୍‌ ହେଉଥିବାର ଭିଡିଓ ପ୍ରତିଦିନ ଭାଇରାଲ ହେଉଛି। କିଛିଦିନ ତଳେ ଦିଲ୍ଲୀର ଏକ ଦମ୍ପତି ମାସ୍କ ପିନ୍ଧି ନ ଥିଲେ। ପୋଲିସ କହିବାରୁ ନାନା ଗଣ୍ଡଗୋଳ ହୋଇଥିଲା। ଏପରିକି ଦମ୍ପତି ଜେଲ୍‌ ଯାଇଛନ୍ତି। ଠିକ୍‌ ସେମିତି ରାଜସ୍ଥାନର ଯୋଧପୁରରୁ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଠି ରେଳ ଷ୍ଟେଶନରେ ଜଣେ ଯୁବତୀ ପୋଲିସକର୍ମୀଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ମହିଳା ପୋଲିସ କର୍ମୀ ଉକ୍ତ ଯୁବତୀଙ୍କୁ କରୋନା ଟେଷ୍ଟ କରିବାକୁ କହୁଛନ୍ତି। କିନ୍ତୁ ଯୁବତୀ ଜଣଙ୍କ କିଛି ଶୁଣୁନାହାନ୍ତି। ସେ ଫୋନ୍‌ରେ ବ୍ୟସ୍ତ ରହୁଛନ୍ତି। କିଛି ସମୟରେ କହୁଛନ୍ତି ମୁଁ ଆରଟିପିସିଆର ଟେଷ୍ଟ କରିବିନି। ପରେ ତାଙ୍କୁ ଜବରଦସ୍ତ ନିଆଯାଉଛି ଟେଷ୍ଟ ପାଇଁ। ଏହାକୁ ନେଇ ଷ୍ଟେଶନରେ ଯୁବତୀ ଜଣକ ହଙ୍ଗାମା କରିଛନ୍ତି। ଯାହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗିଛି।

ରେଳବାଇ ପୋଲିସ ଯୁବତୀଙ୍କୁ ବହୁ ବୁଝାଇବା ପରେ ବି ସେ ରାଜି ନ ଥିଲେ କରୋନା ଟେଷ୍ଟ କରାଇବାକୁ। ପୋଲିସ ମାମଲା ରୁଜୁ କରିବାକୁ କହିଲାରୁ ଯୁବତୀ ତାଙ୍କ ସାମ୍ପୁଲ ଦେଇଥିଲେ। ଅନ୍ୟପକ୍ଷରେ ରାଜସ୍ଥାନରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସହଯୋଗ କରିବାକୁ ବାରମ୍ବାର ଅନୁରୋଧ କରାଯାଉଛି। ମାତ୍ର ଲୋକେ ମାନୁନାହାନ୍ତି।

Share