ମୁଁ ଭାରତ ଯିବିନାହିଁ, ଇସ୍ରାଏଲ ସହ ଛିଡା ହେବି

ଜେରୁଜେଲମ,୧୬।୧୦(୦୭): ହମାସ ବିରୋଧରେ ଚାଲିଥିବା ଯୁଦ୍ଧରେ ଫସି ରହିଥିବା ଭାରତୀୟଙ୍କ ମଧ୍ୟରେ ୧୦ ବର୍ଷ ଧରି ଇସ୍ରାଏଲରେ ରହୁଥିବା ଜଣେ ଭାରତୀୟ ସେଠାରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ସେ କହିଛନ୍ତି ଯେ, ସେ ଏହି ସମୟରେ ଇସ୍ରାଏଲ ସହିତ ଛିଡ଼ା ହୋଇଛନ୍ତି। ରାଜସ୍ଥାନ ପୁଷ୍କରର କାଲୋ ବାବା କହିଛନ୍ତି ଯେ, ଏହି ଦେଶ ତାଙ୍କୁ ଖରାପ ସମୟରେ ସାହାଯ୍ୟ କରିଛି। ଏଠାରେ ସେ ରୋଜଗାରର ଏକ ମାଧ୍ୟମ ପାଇଲେ ଏବଂ ନାମ ଅର୍ଜନ କରିବାର ସୁଯୋଗ ମଧ୍ୟ ପାଇଲେ। ତେଣୁ ଏପରି ସମୟରେ ଏହି ଦେଶ ଛାଡି ଭାରତ ଯିବେ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
କାଲୋ କହିଛନ୍ତି, ମୁଁ ଏଠାରେ ରହେ। ମୋର ଏଠାରେ ଏକ ବ୍ୟବସାୟ ଏବଂ ମୋର ନିଜ ଘର ଅଛି। ବର୍ତ୍ତମାନ ଯୁଦ୍ଧ ଚାଲିଥିବାର ଦେଖି ଭୟଭୀତ ସତ କିନ୍ତୁ ଅନ୍ୟ ପରିବାର ମଧ୍ୟ ଏଠାରେ ବାସ କରୁଛନ୍ତି ଏବଂ ମୁଁ ସେମାନଙ୍କ ମଧ୍ୟରେ ସୁରକ୍ଷିତ ଅଛି। ଅନ୍ୟମାନଙ୍କ ସହିତ ମୁଁ ଶାକାହାରୀ ଭାରତୀୟ ଖାଦ୍ୟ ପ୍ରସ୍ତୁତ କରେ, ଯାହାକୁ ଆମେ ଇସ୍ରାଏଲ ସୈନ୍ୟମାନଙ୍କୁ ଖାଇବାକୁ ଦେଇଥାଉ। ମୁଁ ଗତ ୧୦ ବର୍ଷ ଧରି ଏଠାରେ ରହୁଛି ଏବଂ ଏହିଠାରେ ମୁଁ ନାମ ଅର୍ଜନ କରିଛି। ଇସ୍ରାଏଲ ପାଇଁ ଏହି କଠିନ ସମୟରେ ମୁଁ ଦେଶ ସହିତ ଛିଡ଼ା ହୋଇଛି। ଅନ୍ୟ ଲୋକଙ୍କ ପରି ମୁଁ ମଧ୍ୟ ଶାନ୍ତି ଚାହୁଁଛି।
ହାମାସ ବିରୋଧରେ ଚାଲିଥିବା ଯୁଦ୍ଧରେ ଏପର୍ଯ୍ୟନ୍ତ ୧୪୦୦ ଇସ୍ରାଏଲ ସାଧାରଣ ନାଗରିକ ଏବଂ ଗାଜା ଅଞ୍ଚଳର ପ୍ରାୟ ୨୫୦୦ ଲୋକଙ୍କର ମୃତ୍ୟୁ ଘଟିଛି। ହାମା ଆତଙ୍କବାଦୀମାନେ ଘାଜା ଅଞ୍ଚଳରେ ଶତାଧିକ ଇସ୍ରାଏଲକୁ ବନ୍ଧକ ରଖିଛନ୍ତି।

Share