Categories: ଜାତୀୟ

ଭାଜପାରେ ଯୋଗ ଦେବିନି, ଶୀଘ୍ର ଛାଡ଼ିବି କଂଗ୍ରେସ…

ଚଣ୍ଡିଗଡ଼,୩୦।୯: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦର ସିଂ କଂଗ୍ରେସ ଛାଡ଼ିବା ସମ୍ପର୍କରେ ଘୋଷଣା କରିଛନ୍ତି। ଏକ ନ୍ୟୁଜ୍‌ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ ସେ କହିଛନ୍ତି ଯେ, ଭାଜପାରେ ଯୋଗ ଦେବିନି, କିନ୍ତୁ ଶୀଘ୍ର କଂଗ୍ରେସ ଛାଡ଼ିବି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି। ହୁଏତ ଅମରିନ୍ଦର ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ନୂଆ ରାଜନୈତିକ ଦଳ ଗଠନ କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ଅନୁମାନ କରୁଛନ୍ତି।

କଂଗ୍ରେସରେ ମିଳିଥିବା ଅପମାନ ସହ୍ୟ କରି ହେଉ ନ ଥିବା ସେ କହିଛନ୍ତି। ଏବେ କଂଗ୍ରେସରେ ରହିଛି, ମାତ୍ର ଆଗକୁ ଦଳରେ ରହିବି ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ସେ ଦିଲ୍ଲୀ ଗସ୍ତ କରି ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ୍‌ ନ କରି କଂଗ୍ରେସ ପ୍ରତି ନିଜ  ମନୋଭାବର ସଙ୍କେତ ଦେଇଛନ୍ତି।

କଂଗ୍ରେସର ବରିଷ୍ଠ ନେତା ଅମ୍ବିକା ସୋନୀ ଏବଂ କମଲନାଥ ତାଙ୍କ ସହିତ କଥାବାର୍ତ୍ତା ହେବାର ପ୍ରୟାସ ଜାରି ରଖିଛନ୍ତି।

Share