Categories: ଜାତୀୟ

ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ: ଓମ ବିର୍ଲା…

ନୂଆଦିଲ୍ଲୀ,୨।୮ : ମଙ୍ଗଳବାର (ଅଗଷ୍ଟ ୧) ଲୋକସଭାରେ ଘଟିଥିବା ଘଟଣାରେ ବାଚସ୍ପତି ଓମ ବିର୍ଲା ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଗୃହ ସୁରୁଖୁରୁରେ ନ ଚାଲିବା ପର୍ଯ୍ୟନ୍ତ ବାଚସ୍ପତି ଆସନରେ ବସିବି ନାହିଁ। ଦଳର ସଦସ୍ୟ ତଥା ବିରୋଧୀ ଦଳର ସମସ୍ୟଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରି ଲୋକସଭା ବାଚସ୍ପତି ତାଙ୍କର ଏହି ନିଷ୍ପତ୍ତି ବିଷୟରେ କହିଛନ୍ତି।

ଗୃହରେ ଶୃଙ୍ଖଳା ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ସେ ବାଚସ୍ପତି ଆସନକୁ ଯିବେ ନାହିଁ। ମୋ ପାଇଁ ଗୃହର ସମ୍ମାନ ସର୍ବୋଚ୍ଚ ଅଟେ। ଗୃହର ମର୍ଯ୍ୟଦା ବଜାୟ ରଖିବା ସମସ୍ତଙ୍କ ସାମୂହିକ ଦାୟିତ୍ୱ। ଗୃହରେ କିଛି ସଦସ୍ୟଙ୍କ ଆଚରଣ ଗୃହର ଉଚ୍ଚ ପରମ୍ପରା ବିରୁଦ୍ଧ।

ବାଚସ୍ପତି ର୍ବିଲା ତାଙ୍କ ନିଷ୍ପତ୍ତି ସମ୍ପର୍କରେ ଉଭୟ ପକ୍ଷଙ୍କୁ ସୂଚନା ଦେଇଛନ୍ତି।

Share