ଓ୍ବାଶିଂଟନ୍, ୧୩।୪: ୪୪ ବିଲିୟନ୍ ଡଲାରରେ ମାଇକ୍ରୋ ବ୍ଲଗିଂ ଆପ୍ ଟୁଇଟର୍ କିଣି ଏହାର ମାଲିକ ହେବା ଯନ୍ତ୍ରଣାଦାୟକ ବୋଲି ବୈଦ୍ୟୁତିକ କମ୍ପାନୀ ଟେସ୍ଲା ମାଲିକ ଏଲନ୍ ମସ୍କ କହିଛନ୍ତି। ଏଥିସହ ଉପଯୁକ୍ତ ବ୍ୟକ୍ତି ମିଳିଲେ ସେ ଟୁଇଟର୍କୁ ବିକିବେ ବୋଲି ପ୍ରକାଶ କରିଛନ୍ତି। ବିବିସି ଚ୍ୟନେଲ୍କୁ ଦେଇଥିବା ଏକ ସାକ୍ଷାତ୍କାରରେ ମସ୍କ କହିଛନ୍ତି, ଟୁଇଟର କିଣିବା ପରେ କାର୍ଯ୍ୟ ଚାପ ବଢ଼ିଯାଇଛି। ବ୍ୟବସ୍ଥତା ଯୋଗୁ ଅନେକ ସମୟରେ ଅଫିସରେ ଶୋଇବାକୁ ପଡ଼ୁଛି। ନିକଟରେ ବିବିସି ଚ୍ୟାନେଲ ସରକାରଙ୍କ ଅନୁଦାନପ୍ରାପ୍ତ ଗଣମାଧ୍ୟମ ବୋଲି ଟୁଇଟର ପକ୍ଷରୁ ଏକ ପୋଷ୍ଟ ଶେୟାର କରାଯାଇଥିଲା। ତେବେ ମାଇକ୍ରୋ ବ୍ଲଗିଂ ଜାଏଣ୍ଟ ପକ୍ଷରୁ ଅଣାଯାଇଥିବା ଏହି ଅଭିଯୋଗକୁ ବିବିସି ଖଣ୍ଡନ କରିଛି।