ଓ୍ବାଶିଂଟନ୍,୫।୭: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ମନ୍ତବ୍ୟକୁ ରୁଷିଆ ଗୁରୁତର ସହ ନେଇଛି। ଟ୍ରମ୍ପ କହିଛନ୍ତି, ସେ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ସମାପ୍ତ କରିପାରିବେ। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି, ଟ୍ରମ୍ପ କହୁଛନ୍ତି ଯେ ସେ ୟୁକ୍ରେନରେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି, ଆମେ ତାଙ୍କ ମନ୍ତବ୍ୟକୁ ଗମ୍ଭୀରତାର ସହ ନେଉଛୁ।
ଟ୍ରମ୍ପ ଗତ ସପ୍ତାହରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ବିତର୍କ କରିଥିଲେ। ଏହି ସମୟରେ ସେ କହିଥିଲେ, ରାଷ୍ଟ୍ରପତି ନିର୍ବାଚିତ ହେଲେ ଜାନୁଆରୀ ୨୦୨୫ରେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ ସେ ବିବାଦର ସମାଧାନ କରିବେ। ଟ୍ରମ୍ପଙ୍କ ମନ୍ତବ୍ୟ ପରେ ରୁଷିଆ ରାଷ୍ଟ୍ରପତି ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ପୁଟିନ କହିଛନ୍ତି, ଟ୍ରମ୍ପଙ୍କ ଯୁଦ୍ଧକୁ ବନ୍ଦ କରିବା ପାଇଁ ସେ ଦେଇଥିବା ପ୍ରସ୍ତାବ ବିଷୟରେ ଶୁଣି ନ ଥିଲି। ଏହା ନିଶ୍ଚିତ ଭାବରେ ମୁଖ୍ୟ ପ୍ରଶ୍ନ, କିନ୍ତୁ ଆମେ ଏହାକୁ ସମର୍ଥନ କରୁଛୁ।
ସୂଚନାଯୋଗ୍ୟ,ରୁଷିଆର ରାଷ୍ଟ୍ରପତି ପୁଟିନ ଯୁଦ୍ଧ ବନ୍ଦ କରିବାକୁ କଥାବାର୍ତ୍ତା ପାଇଁ ସର୍ବଦା ପ୍ରସ୍ତୁତ ବୋଲି ଦାବି କରିଆସୁଛନ୍ତି। ଗତ ମାସରେ ସେ ଅସ୍ତ୍ରବିରତି ଉଲ୍ଲଂଘନ ପାଇଁ ପୂର୍ବ ସର୍ତ୍ତ ଭାବରେ ୟୁକ୍ରେନକୁ ଆତ୍ମସମର୍ପଣ କରିବାକୁ ଦାବି କରିଥିଲେ।
Posted inଅନ୍ତର୍ଜାତୀୟ