ସ୍ତ୍ରୀଙ୍କୁ ଯିଏ ଆଣିବ ଫେରାଇ, ତାଙ୍କୁ ଦେବି ଭୋଟ…

ଲକ୍ଷ୍ନୌ,୫।୪: ଉତ୍ତରପ୍ରଦେଶରେ ଆଗକୁ ପଞ୍ଚାୟତ ନିର୍ବାଚନ ହେବ। ତେବେ ନିର୍ବାଚନରେ ପ୍ରାର୍ଥୀଙ୍କୁ ଭୋଟ ଦେବାନେଇ ଜଣେ ଭୋଟର ଅଜବ ସର୍ତ୍ତ ରଖିଛନ୍ତି। ସ୍ଥାନୀୟ ରହିମାବାଦ ଅଞ୍ଚଳର ରାମନଗରରେ ବାସ କରୁଥିବା ରାଧେ ଭୋଟ ଦେବାକୁ ଅନୁରୋଧ କରିବା ଲାଗି ତାଙ୍କ ଘରକୁ ଆସୁଥିବା ପ୍ରାର୍ଥୀଙ୍କୁ କହୁଚନ୍ତି ଯେ, ମୋ ସ୍ତ୍ରୀଙ୍କୁ ଯିଏ ଫେରାଇ ଆଣିବ ମୁଁ ତାଙ୍କୁ ହିଁ ଭୋଟ ଦେବି। ରାଧେଙ୍କ ସ୍ତ୍ରୀ ଗତ ୬ମାସ ହେଲା ଘରୋଇ କଳିରୁ ରୁଷି ବାପଘରକୁ ଚାଲି ଯାଇଛନ୍ତି। ରାଧେ ଇତିମଧ୍ୟରେ ତାଙ୍କୁ ଫେରାଇ ଆଣିବାକୁ ବହୁଥର ଉଦ୍ୟମ କରିଥିଲେ ମଧ୍ୟ ସେ ଅବୁଝା ହେଉଛନ୍ତି। ତେଣୁ ରାଧେ ଏଭଳି ସର୍ତ୍ତ ରଖିଛନ୍ତି। ରାଧେଙ୍କ ସର୍ତ୍ତ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

Share