ମୁଁ ନଇଁବି ନାହିଁ…ଅର୍ଦ୍ଧଶତକ ପରେ ପୁଷ୍ପା ଷ୍ଟାଇଲ୍‌ରେ ସେଲିବ୍ରେଶନ କଲେ ନୀତୀଶ

ମେଲବୋର୍ନ,୨୮।୧୨: ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଏପର୍ଯ୍ୟନ୍ତ ଭାରତୀୟ ଏବଂ ଅଷ୍ଟ୍ରେଲିଆ ଦ୍ୱାରା ପାଞ୍ଚ ଅର୍ଦ୍ଧଶତକ ଏବଂ ଏକ ଶତକୀୟ ସ୍କୋର କରାଯାଇଛି। ଏଥିରେ ଅଷ୍ଟ୍ରେଲୀୟ ଯୁବ ଖେଳାଳି ସାମ କନଷ୍ଟାସ୍‌ଙ୍କ ଅର୍ଦ୍ଧ ଶତକ ଚର୍ଚ୍ଚାରେ ଥିଲା। ବର୍ତ୍ତମାନ ଭାରତୀୟ ଖେଳାଳି ନୀତୀଶ କୁମାର ରେଡ୍ଡୀଙ୍କ ଅର୍ଦ୍ଧଶତକ ମଧ୍ୟ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହା ହେଉଛି ନୀତୀଶ କୁମାରଙ୍କ ପ୍ରଥମ ଟେଷ୍ଟ ଅର୍ଦ୍ଧ ଶତକ , ଯାହାକୁ ସେ ଏକ ନିଆରା ଢଙ୍ଗରେ ସେଲିବ୍ରେଶନ୍‌ କରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।
ନୀତୀଶ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଥିବା ଟେଷ୍ଟ କ୍ୟାରିୟରର ତୃତୀୟ ମ୍ୟାଚର ଷଷ୍ଠ ଇନିଂସରେ ସେ ଏହି ଅର୍ଦ୍ଧଶତକ ହାସଲ କରିଥିଲେ। ଚତୁର୍ଥ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ନୀତୀଶ କୁମାର ଅର୍ଦ୍ଧଶତକ ହାସଲ କରିଥିଲେ।
ଅର୍ଦ୍ଧଶତକ ହାସଲ ପରେ ନୀତୀଶ ଦକ୍ଷିଣ ଚଳଚ୍ଚିତ୍ର ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ପୁଷ୍ପାଙ୍କ ଟ୍ରେଡ ମାର୍କ ସେଲିବ୍ରେଶନ୍‌ କରିଥିଲେ।
ଖବର ଲେଖିବା ପର୍ଯ୍ୟନ୍ତ ନୀତୀଶ କୁମାର ରେଡ୍ଡୀ ୱାଶିଂଟନ ସୁନ୍ଦରଙ୍କ ସହ ଭାଗିଦାରୀ କରିବାରେ ଏକ ବଡ଼ ରେକର୍ଡ ସୃଷ୍ଟି କରୁଛନ୍ତି। ନୀତୀଶ କୁମାର ବର୍ତ୍ତମାନ ୧୦୦ ବଲ୍‌ର ସମ୍ମୁଖୀନ ହୋଇ ୬୬ ରନ ସ୍କୋର କରି ଖେଳୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାପିଡୋ ସମେତ ସମସ୍ତ ବାଇକ୍ ଟ୍ୟାକ୍ସି ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ବେଙ୍ଗାଲୁରୁ,୨।୪: କର୍ଣ୍ଣାଟକ ହାଇକୋର୍ଟ ବୁଧବାର ରାପିଡୋ ବାଇକ୍ ଟ୍ୟାକ୍ସି ସମେତ ଅନ୍ୟ ସମସ୍ତ ବାଇକ୍ ଟ୍ୟାକ୍ସି ଆଗ୍ରେଗେଟରମାନଙ୍କୁ ଛଅ ସପ୍ତାହ ମଧ୍ୟରେ ରାଜ୍ୟରେ ସେମାନଙ୍କର କାର୍ଯ୍ୟ...

ମଙ୍ଗଳା ପୂଜା ସାରି ଫେରିବା ବେଳେ ଟଳି ପଡ଼ିଲେ ପୂଜକ

ଆନନ୍ଦପୁର,୨।୪(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଶାସଙ୍ଗ ଗ୍ରାମରେ ବୁଧବାର ଦିନ ମଙ୍ଗଳା ପର୍ବର କଳସ ବିସର୍ଜନ ସାରି ଫେରିବା ବେଳେ ଟଳି...

ପ୍ରଥମ ସପ୍ତାହରେ ଅଭିଯୋଗ ଶୁଣାଣି ନୋହିଲା, ୭ରୁ ହେବ ଆରମ୍ଭ

କେନ୍ଦୁଝର,୨ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚଳିତ ଏପ୍ରିଲ ମାସ ପାଇଁ ଜିଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ସୂଚୀ ପ୍ରକାଶ ପାଇଛି ।...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଯୁବକ

ଖଲ୍ଲିକୋଟ,୨ା୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭରସା ଗ୍ରାମର ପ୍ରଭାତ ଓରଫ ସିଲୁ ମହାନ୍ତି (୨୮) ମଙ୍ଗଳବାର ଅପରାହ୍ନରେ ଗ୍ରାମର ମଶାଣି...

କେବେବି ପିଅନ୍ତୁ ନାହିଁ ଥଣ୍ଡା ପାଣି

ଏବେ ତ ଗ୍ରୀଷ୍ମଋତୁ। ଲସି, ସର୍ବତ ବ୍ୟତୀତ ଥଣ୍ଡା ପାଣିର ଚାହିଦା କିଛି କମ ନୁହେଁ। କେତେକେ ଅତ୍ୟଧିକ ଥଣ୍ଡା ପାଣି ପିଇବାକୁ ପସନ୍ଦ କରିଥାଆନ୍ତି।...

Jasprit Bumrah IPL 2025: ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିବ ବଡ଼ ଝଟକା! ଫିଟ ହେବା ପରେ ବି ଖେଳିବେ ନାହିଁ ବୁମରା?

ନୂଆଦିଲ୍ଲୀ,୨।୪: ଜସପ୍ରିତ ବୁମରା ଆଘାତ ଯୋଗୁଁ ପଡ଼ିଆ ବାହାରେ ଅଛନ୍ତି। ସେ ଚଳିତ ବର୍ଷ ଜାନୁଆରୀରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଭାରତର ଅଷ୍ଟ୍ରେଲିଆ ଗସ୍ତ...

ବସ୍ କୁ ପିଟିଲା ଟ୍ରକ୍: ୧୩ ଯାତ୍ରୀ ଆହାତ, ଦୁଇ ଗୁରୁତର

ନୀଳଗିରି, ୨।୪(ପ୍ରଶାନ୍ତ କୁମାର ବିଶ୍ବାଳ): ବାଲେଶ୍ବରରୁ ଉଦଳା ପୋଢାଡ଼ିହା ଯାଉଥିବା ମାମା ନାମକ ଘରେଇ ଯାତ୍ରୀବାହୀ ବସ୍ ଦୁର୍ଘଟଣାର ସାମ୍ନା କରିଛି। ନୀଳଗିରି ସେରଗଡ ଝରଣାଘାଟି...

ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷଙ୍କ ପରଲୋକ

ପଦ୍ମପୁର,୨ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଏନ୍‌ଏସିର ପୂର୍ବତନ ଅଧ୍ୟକ୍ଷ ତଥା ଭାଜପାର ବରିଷ୍ଠ ନେତା ସତ୍ୟବାନ ଅଗ୍ରଓ୍ବାଲଙ୍କ ୭୦ବର୍ଷ ବୟସରେ ପଦ୍ମପୁରସ୍ଥିତ ବାସଭବନରେ ମଙ୍ଗଳବାର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image