Categories: ଜାତୀୟ

ମୁଁ ଥିଲେ ଇସ୍ତଫା ଦେଇଥାନ୍ତି : ଶିନ୍ଦେ ସରକାରଙ୍କୁ ଆଦିତ୍ୟ ଠାକରେଙ୍କ ସମାଲୋଚନା…

ମୁମ୍ବାଇ,୩୦।୧୦ : ଟାଟା-ଏୟାରବସ ପ୍ରକଳ୍ପ ହରାଇବା ମହାରାଷ୍ଟ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିରୋଧୀ ଦଳ ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଉଦ୍ଧବ ଠାକରେଙ୍କ ଦଳର ନେତା ଆଦିତ୍ୟ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ହାତକୁ ଖସି ଯିବା ନେଇ ଶିନ୍ଦେ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ସେ କହିଛନ୍ତି, ଶିନ୍ଦେଙ୍କ ବିଶ୍ୱାସଘାତକତା ଏବଂ ଆକାଂକ୍ଷା ଯୋଗୁଁ ରାଜ୍ୟ ପଛରେ ପଡ଼ିଛି। ଏକ ରାଲିକୁ ସମ୍ବୋଧିତ କରି ଆଦିତ୍ୟ ଠାକରେ କହିଛନ୍ତି ଯେ ମହାଭିକାଶ ଆଘାଡ଼ି ସରକାରଙ୍କ ସମୟରେ କେନ୍ଦ୍ର ସହିତ ଆମର ଡବଲ ଇଞ୍ଜିନ ସରକାର ବହୁତ ଭଲ କାମ କରିଛନ୍ତି।

ଅଣସାମ୍ବିଧାନିକ ସରକାର କ୍ଷମତାକୁ ଆସିବା ପରେ ଏକ ଇଞ୍ଜିନ ସମ୍ପୂର୍ଣ୍ଣ ବିଫଳ ହୋଇଛି ବୋଲି ଠାକରେ କହିଛନ୍ତି। ମହାରାଷ୍ଟ୍ରରେ ହେବାକୁ ଥିବା ନିବେଶ ଅନ୍ୟ ରାଜ୍ୟକୁ ଯାଉଛି। ସେ କହିଛନ୍ତି ଯେ ଯେତେବେଳେ ଆମର ସରକାର ଥିଲା ସେତେବେଳେ ସୁଭାଷ ଦେଶାଇ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ମହାରାଷ୍ଟ୍ରକୁ ୬.୬ ଲକ୍ଷ କୋଟି ଟଙ୍କାର ନିବେଶ ଆଣିଥିଲେ।

ସେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ଭୁଲ ନିଷ୍ପତ୍ତି ଯୋଗୁ ଫଡନାଭିସଙ୍କ ଭାବମୂର୍ତ୍ତି ସଙ୍କଟରେ ପଡିଛି। ସେ ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତଙ୍କ ଇସ୍ତଫା ଦାବି କରିବା ସହିତ କହିଛନ୍ତି ଯେ ଯଦି ମୁଁ ବର୍ତ୍ତମାନର ସରକାରରେ ଉପମୁଖ୍ୟମନ୍ତ୍ରୀ ହୋଇଥାନ୍ତି, ତେବେ ମୁଁ ବର୍ତ୍ତମାନ ସୁଦ୍ଧା ଏହି ପଦରୁ ଇସ୍ତଫା ଦେଇ ସାରିଥାନ୍ତି।

Share