ୟୁକ୍ରେନ୍‌ରେ ଆଇଏଇଏ ମୁଖ୍ୟ

କିଭ୍‌, ୩୦ା୩: ଯୁଦ୍ଧର ୩୪ ଦିନରେ ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜି ଏଜେନ୍ସି (ଆଇଏଇଏ) ମୁଖ୍ୟ ମାରିଆନୋ ଗ୍ରୋସି ୟୁକ୍ରେନ୍‌ରେ ପହଞ୍ଚିଛନ୍ତି। ଦେଶ ଆଣିବକ ପ୍ରତିଷ୍ଠାନର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ସେ ୟୁକ୍ରେନ୍‌ ବରିଷ୍ଠ ଅଧିକାରୀଙ୍କୁ ଭେଟି ଆଲୋଚନା କରିଛନ୍ତି। ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନ୍‌ର ନ୍ୟୁକ୍ଲିଅର ପାଓ୍ବାର ପ୍ଲାଣ୍ଟ ସମେତ ରେଡିଓ ଆକ୍ଟିଭ୍‌ ସାମଗ୍ରୀ ସହ ଜଡ଼ିତ ସଂସ୍ଥା ପ୍ରତି ବିପଦ ସୃଷ୍ଟି ହୋଇଥିବା ମାରିଆନୋ କହିଛନ୍ତି। ଏହାର ସୁରକ୍ଷା ଜରୁରୀ ବୋଲି ସେ ଏକ ବିବୃତିରେ ପ୍ରକାଶ କରିଛନ୍ତି।

Share