ଭିୟନା,୧ ।୩: ମିଳିତ ଜାତିସଂଘର ପରମାଣୁ ପ୍ରହରି ଅନ୍ତରାଷ୍ଟ୍ରୀୟ ପରମାଣୁ ଶକ୍ତି ଏଜେନ୍ସି ତା’ର ଏକ ସଦ୍ୟତମ ରିପୋର୍ଟରେ ଦାବି କରିଛି, ଇରାନ ତା’ର ପରମାଣୁ ସମୃଦ୍ଧ କାରଖାନାରେ ୮୩.୭ ପ୍ରତିଶତ ଶୁଦ୍ଧତାକୁ ସମୃଦ୍ଧ ୟୁରାନିୟମ କଣିକା ବିକଶିତ କରିଛି ଏବଂ ଆଣବିକ ଅସ୍ତ୍ର ତିଆରି କରିବାରେ ଅତି ନିକଟତର ହୋଇଛି ।
ଏକ ରିପୋର୍ଟରେ ଏଏଫପି ଆଇଏଇଏର ସୂଚନା ଅଧାରରେ କହିଛି ଯେ କଣିକାର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ ଜାରି ରହିଛି । ଇରାନରେ ମିଳୁଥିବା ବଣିକା ବିଷୟରେ ପଚରା ଯିବାରୁ ତେହେରାନ ସରକାର କହିଛନ୍ତି ଯେ ସମୃଦ୍ଧ ପ୍ରକ୍ରିୟା ସମୟରେ ‘ଅପ୍ରତ୍ୟାଶିତ ପରିବର୍ତ୍ତନ’ ହୋଇପାରେ ।
ଇରାନ ୨୦୧୫ରେ ୟୁରାନିୟମର ସମୃଦ୍ଧତାକୁ ସୀମିତ ର୍ଖିବା ଏବଂ ଆଇଏଇଏ ନିରିକ୍ଷକମାନଙ୍କୁ ଏହାର ଆଣବିକ ସ୍ଥାନ ପରିବର୍ତ୍ତନ କରିବାକୁ ଆର୍ଥିକ ପ୍ରତିବନ୍ଧକ ହଟାଇବାକୁ ଏକ ଚୁକ୍ତି କରିଥିଲା । କିନ୍ତୁ ୨୦୧୮ରେ ଏହି ଚୁକ୍ତି ସ୍ଥଗିତ ହୋଇଯାଇଥିଲା ।