ଫ୍ରାନ୍ସ-ଗ୍ରୀସ ଅଭ୍ୟାସରେ ଭାଗନେଲା ଭାରତୀୟ ବାୟୁସେନା, ପ୍ରଥମଥର ଦେଶ ବାହାରେ ଏକ୍ସରସାଇଜରେ ସାମିଲ ହେଲା ରାଫେଲ

ଏଥେନ୍ସ/ନୂଆଦିଲ୍ଲୀ,୨।୫: ଭାରତୀୟ ବାୟୁସେନା(ଆଇଏଏଫ) ଗ୍ରୀସରେ ୪ଟି ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ସହ ଅଭ୍ୟାସରେ ଭାଗ ନେଇଛି। ଏହି ଯୁଦ୍ଧାଭ୍ୟାସକୁ ‘ଏନିଓଚୋସ-୨୦୨୩’ ନାମ ଦିଆଯାଇଛି। ଏପଟେ ଫ୍ରାନ୍ସରେ ଚାଲିଥିବା ଏକ୍ସ-ଓରିୟନରେ ଆଇଏଏଫ ବା ଭାରତୀୟ ବାୟୁସେନାର ରାଫେଲ ଯୁଦ୍ଧ ବିମାନ ପ୍ରଥମଥର ଭାରତ ବାହାରେ ଏକ ଅନ୍ତର୍ଜାତୀୟ ଅଭ୍ୟାସରେ ଭାଗ ନେଇଛି।

ସୂଚନାଯୋଗ୍ୟ, ଏକ୍ସ ଓରିୟନ ଯୁଦ୍ଧାଭ୍ୟାସ ୧୭ ଏପ୍ରିଲରେ ଆରମ୍ଭ ହୋଇଥିଲା ଓ ୫ ମେ ୨୦୨୩ପର୍ଯ୍ୟନ୍ତ ଚାଲିବ। ଏହି ଅଭ୍ୟାସରେ ଜର୍ମାନୀ, ଗ୍ରୀସ, ଇଟାଲୀ, ନେଦରଲ୍ୟାଣ୍ଡସ, ସ୍ପେନ, ବ୍ରିଟେନ ଓ ଆମେରିକାର ବାୟୁସେନା ଭାଗ ନେଇଛନ୍ତି। ଭାରତକୁ ବାଦ ଦେଲେ ଅନ୍ୟ ସମସ୍ତେ ଉତ୍ତର ଆଟଲାଣ୍ଟିକ ସଂଘି ସଙ୍ଗଠନ(ନାଟୋ)ର ସଦସ୍ୟ।

Share